ଶ୍ରାବଣ ଦ୍ବିତୀୟ ସୋମବାର ରେ ଖଣ୍ଡପଡାରେ ଶ୍ରଦ୍ଧାଳୁଙ୍କ ସମାଗମ !!!

Spread the love

ଖଣ୍ଡପଡା ( ଆୱାଜ ମିଡ଼ିଆ ) – ପ୍ରହ୍ଲାଦ ବରାଡ଼ : ଶ୍ରାବଣ ମାସର ଦିତୀୟ ସୋମବାର ରେ ଶୈବପୀଠରେ ଦେଖିବାକୁ ମିଳିଛି କାଉଡ଼ିଆଙ୍କର ଭିଡ। ମାନସିକ ଧାରି କାଉଡିଆ ମାନେ ନିଜର ମାନସିକ ପୂରଣ ପାଇଁ ବିଭିନ୍ନ ସ୍ଥାନରୁ ପାଣି ଭାର ନେଇ ଶିବ ଙ୍କ ପାଖରେ ଜଳାଭିଷେକ କରିଛନ୍ତି । ଖଣ୍ଡପଡା ବ୍ଲକ ର ଅନ୍ୟତମ ପ୍ରମୁଖ ଶୈବ ପିଠ ଓଳାସ ଗ୍ରାମର ବାବା ନିଳକଣ୍ଠେଶ୍ୱର ଙ୍କ ନିକଟରେ ଦେଖିବା ପାଇଁ ମିଳିଥିଲା କାଉଡିଆ ଭକ୍ତ ଙ୍କ ଭିଡ । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ମାସ ପଡିଥିବାରୁ ଏହି ଦିତୀୟ ପାଳି ସୋମବାରରେ ପ୍ରତ୍ୟେକ ଶିବ ମନ୍ଦିରରେ ଭିଡ ଲାଗି ରହିଥିଲା । କଣ୍ଟିଲୋ ମହାନଦୀ ଘାଟରୁ ପାଣି ଉଠାଇ ମାନସିକ କାଉଡିଆ ମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳ କୁ ପାଣି ନେଇ ଯାଇଥିଲେ । ସେହିଭଳି ଓଳାସ ଗ୍ରାମର ଯୁବ କାଉଡିଆ ମାନେ ମହାନଦୀ ରୁ ପାଣି ଆଣି ପ୍ରଭୁ ନିଳକଣ୍ଠେଶ୍ୱର ଙ୍କ ନିକଟରେ ଜଳାଭିଷେକ କରିଥିଲେ ।

Leave a Reply

Your email address will not be published. Required fields are marked *