ଦଲାଲ ମୁକ୍ତ ହେଉ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ର ସମସ୍ତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ କୁ ଦଲାଲ୍ ମୁକ୍ତ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ! ସାଧାରଣ ଲୋକ ଙ୍କୁ ରାଜସ୍ୱ ସେବା ଯୋଗାଇବା ପାଇଁ ସରକାରଙ୍କ ତରଫରୁ ପ୍ରତି ରାଜସ୍ୱ ସର୍କଲ ରେ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଥିବା ବେଳେ ଏହି ସବୁ କାର୍ଯ୍ୟାଳୟରେ ବଢୁଥିବା ଦଲାଲ୍ ଙ୍କ କାର୍ଯ୍ୟକଳାପ ସାଧାରଣ ଲୋକଙ୍କ ଚିନ୍ତାର କାରଣ ହୋଇଛି । ସରକାରଙ୍କ ତରଫରୁ ମିଳିଥିବା ରାଜସ୍ୱ ସେବା , ଯେପରିକି ରୋଜଗାର ପ୍ରମାଣ ପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଉତ୍ତରାଧିକାରୀ ପ୍ରମାଣପତ୍ର, ଜମି ପଟ୍ଟା, କିସମ ପରିବର୍ତ୍ତନ, ଏ ସବୁ କ୍ଷେତ୍ର ରେ ଦଲାଲ୍ ଙ୍କ କାର୍ଯ୍ୟକଳାପ ଯୋଗୁ ଓ ବିଭିନ୍ନ ସେବା ପାଇଁ ଦର ନିର୍ଦ୍ଧାରଣ କରି ସାଧାରଣ ଲୋକଙ୍କୁ ଶୋଷଣ କରୁଛନ୍ତି । ତେଣୁ ସରକାର ଏସବୁ ଦିଗ ରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ,ସମସ୍ତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ କୁ ଦଲାଲ୍ ମୁକ୍ତ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ମଞ୍ଚ ର ସଭାପତି ବସନ୍ତ କୁମାର ପଣ୍ଡା, ସମ୍ପାଦକ ଭାଗବତ ପତି ଓ ଆବାହକ ଲକ୍ଷ୍ମଣ ଦିକ୍ଷୀତ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରେ ପ୍ରଦାନ କରାଯାଇଛି ।

 

Leave a Reply

Your email address will not be published. Required fields are marked *