ବାଙ୍କୀ ମହାବିଦ୍ୟାଳୟ : ସ୍ୱୟଂ ଶାସିତ ହେବା ପରେ ବଢିଛି ସ୍ୱେଚ୍ଛାଚାରିତା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଚର୍ତୁପାର୍ଶ୍ୱ ଏବେ ପରିତ୍ୟକ୍ତ ଅବସ୍ଥାରେ । ଏଠାରେ ଚାରିଆଡେ ଘଞ୍ଚ ଜଙ୍ଗଲ ହୋଇ ଅଭୟାରଣ୍ୟ ର ଭ୍ରମ ସୃଷ୍ଟି ହୋଇଛି । ଯେଉଁ ଆଡ଼କୁ ଚାହିଁଲେ ଖାଲି ଅନାବନା ଗଛରେ ଭର୍ତ୍ତି । ବିଭିନ୍ନ ସରିସୃପ ମାନେ ଏଠାରେ ବର୍ଷା ସମୟରେ ବାହାରି ଆସନ୍ତି । ପାଠ ପଢିବା ପାଇଁ ଆସୁଥିବା ଛାତ୍ରଛାତ୍ରୀ ଏକ ପ୍ରକାର ଭୟଭୀତ ହୋଇ ପଢିବା ପାଇଁ ଆସୁଛନ୍ତି । ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ଛାତରୁ ପାଣି ଗଳୁଛି , ତ ଆଉ କେଉଁଠି ବିଦ୍ୟୁତ ବୋର୍ଡ ଭାଙ୍ଗିଯାଇ ତାର ବାହାରି ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ସେହିପରି ତରବରିଆ ଭାବରେ ଉଦ୍ଘାଟନ କରାଯାଇଥିବା ନୁତନ ବିଲ୍ଡିଂ ରେ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ କରାଯାଇ ନାହିଁ । ଅନ୍ୟପଟେ ଅଧ୍ୟକ୍ଷ ଙ୍କ ପାଇଁ ହୋଇଥିବା ବାସଗୃହ ଅବସ୍ଥା କହିଲେ ନସରେ । ସେଥିପାଇଁ ଆଜକୁ ଏକ ବର୍ଷ ରୁ ଉର୍ଦ୍ଧ୍ବ ସମୟ ହେବ ବର୍ତ୍ତମାନ ର ଅଧ୍ୟକ୍ଷ ଗେଷ୍ଟ ହାଉସରେ ରହି ଆସୁଛନ୍ତି । ଏହି ଭଳି ଅନେକ ମୌଳିକ ସୁବିଧା ରୁ ବହୁ ପଛରେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ । ବିଗତ ଦିନରେ ଲକ୍ଷାଧିକ ଟଙ୍କାର ଅନୁଦାନ ଆସି ଆତ୍ମସାତ୍ ହୋଇଥିବା ଅଭିଯୋଗ ମଧ୍ୟ ରହିଛି । ତେବେ ଏସବୁ ପରେ ଛାତ୍ରଛାତ୍ରୀ ମାନେ ମୁହଁ ଫେରାଇବା ଆରମ୍ଭ କଲେଣି ଏହି କଲେଜରୁ । ତେବେ ଦେଖିବା ପାଇଁ ବାକି ରହିଲା ନୂଆ କରି ଗଢା ଯାଇଥିବା ଗଭର୍ଣ୍ଣିଙ୍ଗ୍ ବଡି ଏ ଦିଗରେ କି ପଦକ୍ଷେପ ନେଉଛନ୍ତି ଓ ରକ୍ଷଣାବେକ୍ଷଣ କେବେ କରୁଛନ୍ତି ।

 

Leave a Reply

Your email address will not be published. Required fields are marked *