କଳିଙ୍ଗନଗର ବିଦ୍ୟୁତ୍ ବିଭାଗ କାର୍ଯ୍ୟଳୟରୁ ଚୋରି ଘଟଣାରେ ଚାରି କୋର୍ଟ ଚାଲାଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ସ୍ଥିତ ବିଦ୍ୟୁତ୍ ବିଭାଗ କାର୍ଯ୍ୟଳୟରୁ ବିଭିନ୍ନ ସାମଗ୍ରୀ ଚୋରି ଘଟଣାରେ ଚାରିଜଣ କୋର୍ଟ ଚାଲାଣ ! କଳିଙ୍ଗନଗର ଥାନା ଅନ୍ତର୍ଗତ ବିଦ୍ୟୁତ୍ ବିଭାଗ ଅଫିସ ରୁ ବିଭିନ୍ନ ସାମଗ୍ରୀ ଚୋରି ଘଟଣାରେ କଳିଙ୍ଗନଗର ପୋଲିସ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ କଳିଙ୍ଗନଗର ଥାନା ଅନ୍ତର୍ଗତ ବିଦ୍ୟୁତ୍ ବିଭାଗ OPTCL ରୁ ବିଭିନ୍ନ ସାମଗ୍ରୀ ଚୋରି ଘଟଣାରେ କଳିଙ୍ଗନଗର ଥାନାରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏକ ଲିଖିତ ଅଭିଯୋଗ ହୋଇଥିଲା । କଳିଙ୍ଗନଗର ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରି ସାକ୍ଷ୍ୟ ପ୍ରମାଣ ଆଧାରରେ ଚାରିଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ଜେନାପୁର ଥାନା ଅନ୍ତର୍ଗତ କଣ୍ଟାପାଟଣା ଗ୍ରାମର ନିର ନାଥ, ରାଇଛନ୍ଦା ଗ୍ରାମର ଚୈତନ୍ୟ ପ୍ରଧାନ , ବାର୍କଣା ଗ୍ରାମର ସହଦେବ ପରିଡ଼ା ଓ ନୟାଗଡ ଜିଲ୍ଲା ଅନ୍ତର୍ଗତ ବିଜିପୁର ଗ୍ରାମର ପ୍ରକାଶ ରାଉତ ବୋଲି ସୂଚନା ମିଳିଛି !

Leave a Reply

Your email address will not be published. Required fields are marked *