ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ପ୍ରଥମେ , ରଣପୁରୁ ଗସ୍ତ କରି ତଳ ମଣିନାଗ ଓ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ବିକାଶ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଭିକେ ପାଣ୍ଡିଆନ ! ଏହାପରେ ରଣପୁର ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଡାକ୍ତର ଓ କର୍ମଚାରୀ ମାନଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ! ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ବେଳେ ସ୍ବାସ୍ଥ୍ୟସଚିବ ଶାଳିନୀ ପଣ୍ଡିତ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ପରେ ରଣପୁର ବାଘସାମନ୍ତ ମିନି ଷ୍ଟାଡିୟମ ଠାରେ ପହଞ୍ଚି ସାଧାରଣ ସଭାରେ ଯୋଗଦେବା ସହ ବିଭିନ୍ନ ଉନ୍ନୟନ କାଯ୍ୟପାଇଁ ଆର୍ଥିକ ଅନୁଦାନ ସହାୟତାର ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ 5t ସଚିବଙ୍କୁ ସ୍ବୟଂସହାୟକ ମହିଳା ମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଦେଇ ବିପୁଳ ସ୍ବାଗତ କରାଯାଇଥିଲା । ପରେ ହେଲିକ୍ୟାପଟର ଯୋଗେ ଦଶପଲ୍ଲା ଅଭିମୁଖେ ଗସ୍ତ କରିଥିଲେ । ଦଶପଲ୍ଲା ଓ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଗସ୍ତ ଶେଷ କରିବା ପରେ ନୟାଗଡ଼ ଷ୍ଟାଡିଅମ ଠାରେ ପହଂଚି ନୟାଗଡ ଜିଲ୍ଲା ର ସମସ୍ତ କଲେଜର ଛାତ୍ର ଛାତ୍ରୀଙ୍କ ସହିତ ରୂପାନ୍ତରିତ କାଯ୍ୟ ବିଷୟରେ ଆଲୋଚନା କରିଥିଲେ l ଆଗାମୀ ଦିନରେ ଭଲରେ ପାଠ ପଢି ନିଜର ଭବିଷ୍ୟତକୁ ଉଜ୍ୱଳ କରିବାପାଇଁ ଆୱାନ ଦେଇଥିଲେ l ସେଇଠାରୁ ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଲୟ ରେ ପହଂଚି ଉନ୍ନତି ମୂଳକ କାଯ୍ୟକୁ ଦେଖିଥିଲେ ଏବଂ ନୂତନ ଭାବରେ ମେଡିକାଲ ପରିସରରେ ଖୋଲିଥିବା ମିଶନଶକ୍ତି କାଫେ ରେ ବୁଲିବା ସହିତ ମିଶନଶକ୍ତି ମହିଳା ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ନିଜର ଫୋନ ମାଧମରେ ମିଶନଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ସହିତ ଭିଡିଓକଲ ରେ ସମସ୍ତ ମିଶନଶକ୍ତି ମହିଳା ମାନଙ୍କ କଥା କରାଇଥିଲେ l 5ଟି ସଚିବ ମେଡିକାଲରୁ ବାହାରି ମାଛିପଡ଼ା ଯାଇଥିଲେ ସେଠାରେ SHG ମାନଙ୍କ ଦ୍ୱାରା ପ୍ରସ୍ତୁତ ଛେନାପୋଡ଼ ଦେଖିବା ପରେ ନୟାଗଡ ସର୍କିଟ ହାଉସରେ ପହଂଚିଥିଲେ I ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଉନ୍ନୟନ କାଯ୍ୟ ନେଇ ଅନୁଧ୍ୟାନ କରିବା ସହ ଷ୍ଟାଡିୟମଠାରେ ଛାତ୍ରଛାତ୍ରୀ ଓ ସ୍ବୟଂସହାୟକ ମହିଳା ମାନଙ୍କ ସଭାରେ ଯୋଗଦେବେ ଏହା ସହ ବିଭିନ୍ନ ଉନ୍ନୟନ କାଯ୍ୟ ପାଇଁ ଅନୁଦାନ ଘୋଷଣା କରିବେ । 5t ସଚିବଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଚଳଚଂଚଳ ହୋଇଉଠିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।
ଦୁଇ ଦିନିଆ ନୟାଗଡ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ !!!

