କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ର ଅଗ୍ରଣୀ ସାମାଜିକ ସଂଗଠନ ” ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ” ର ପୂଜ୍ୟପୂଜା ଭବନରେ ପାଟଣା ଗ୍ରାମ ର ଗର୍ବ ଓ ଗୌରବ ବରପୁତ୍ର ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠାନର ସଭାପତି ସରୋଜ ନଳିନୀ ପରିଜାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଆଡଭୋକେଟ ସ୍ଵୟଂଶ୍ରୀ ରାୟ , ସମ୍ମାନିତ ଅତିଥି ଭାବେ ଅମରେନ୍ଦ୍ର ଦାସ, ଅସୀମ ଦାସ, ପପନ୍ ଦେବତା , କୃଷ୍ଣଚନ୍ଦ୍ର ରଣା , ରାଜେଶ ମହାନ୍ତି , କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ , ଉପେନ୍ଦ୍ର ବାରିକ , ସମୀକ୍ଷା ମହାନ୍ତି , ପଦ୍ମଶ୍ରୀ ମନୋରଞ୍ଜନ ଦାସ ଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ ଅନୁଷ୍ଠାନ ର ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ପଦ୍ମଶ୍ରୀ ମନୋରଞ୍ଜନ ଦାସ ଙ୍କୁ କୋଟି କୋଟି ପ୍ରମାଣ ଜଣାଇବା ସହିତ ସଭାସଦ ଙ୍କୁ ଧନ୍ୟବାଦ ଦେଇଥିଲେ ।
ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଜୟନ୍ତୀ ପାଳିତ !!!

