ଦୁଇ ଘର ଜିଦି ରେ ରାସ୍ତାରେ ଆଣ୍ଠୁଏ ପାଣି : ସମାଧାନ ନାହିଁ – ସରପଞ୍ଚ ଟେକିଦେଲେ ହାତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଡମପଡା ବ୍କକର ଏକ ଗୁରୁତ୍ବପୂର୍ଣ୍ଣ , ଜନବହୁଳ ତଥା ବହୁ ଐତିହାସିକ ଓ ପୌରାଣିକ କିମ୍ବଦନ୍ତୀ କୁ ବହନ କରିଥିବା ଗ୍ରାମ ପଞ୍ଚାୟତ ହେଉଛି ବିଲିପଡା । ବାଙ୍କୀ ରୁ ବିଲିପଡା ତାଳବସ୍ତ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଖୋର୍ଦ୍ଧା ଏବଂ ଭୁବନେଶ୍ବର ଯାଇଥାନ୍ତି । ରାସ୍ତାର ମଧ୍ୟ ଭାଗରେ ଥିବା ରଂଗିପୁର ଗ୍ରାମ୍ୟ ରାସ୍ତାର ଏକ ନଳକୂପ ପାଖରେ ବର୍ଷ ସାରା ପାଣି ଜମି ରହୁଥିଲେ ମଧ୍ୟ କାହାର ଏଥିପ୍ରତି ଦୃଷ୍ଟି ରହୁନାହିଁ । ଟିକିଏ ବର୍ଷା ହେଲେ ରାସ୍ତାଟି ପ୍ରାୟ ୨୦୦ଶହ ମିଟର ପର୍ଯ୍ୟନ୍ତ ଜଳପୂର୍ଣ୍ଣ ରହୁଛି । ସକାଳ ପାଇଲେ ସ୍କୁଲ , କଲେଜ ,ମେଡିକାଲ ଏବଂ ବଜାରକୁ ଆସୁଥିବା ଲୋକ ଓ ଛାତ୍ରଛାତ୍ରୀ ମାନେ ବହୁ ଅଶାନ୍ତିରେ ବାଧ୍ୟ ହୋଇ ଅପରିଷ୍କାର ପାଣି ଭିତରେ ନିଜର ସାଇକେଲ୍ ,ବାଇକ୍ ଭର୍ତ୍ତି କରି ଯାତାୟତ କରୁଛନ୍ତି । ଜଳପୂର୍ଣ୍ଣ ଖାଲୁଆ ରାସ୍ତା ପାର୍ଶ୍ବରେ ଥିବା ଦୁଇ ଘରର ମାଲିକ ମାନେ ମଧ୍ୟ ନିଜ ନିଜର ଦାଣ୍ତକୁ ମାଟି ପକାଇ ଉଚ୍ଚ କରିଛନ୍ତି । ଯାହା ପାଣି ଜମିବାର ମଧ୍ୟ ଅନ୍ୟ ଏକ କାରଣ ଅଟେ । ସମସ୍ତେ ଦେଖୁଛନ୍ତି , କିନ୍ତୁ ଭୟରେ କେହି ପଦେ ନିଜର ଅସୁବିଧାକୁ କହିବାକୁ ସାହସ କରୁନାହାନ୍ତି । ବିଲିପଡାର ସରପଞ୍ଚଙ୍କୁ ଏହି ସବୁଦିନିଆ ଅସୁବିଧାର କଥା ଆମ ପ୍ରତିନିଧି ପଚାରିବାରେ ଉତ୍ତର ଆସିଥିଲା ” ଯେହେତୁ ରାସ୍ତାଟି ଆର.ଡି.ବିଭାଗର ଅଟେ , ପଞ୍ଚାୟତ କିଛି କରିପାରିବ ନାହିଁ । ଦେଢବର୍ଷ ଭିତରେ ପ୍ରଶାସନକୁ ଛଅ / ସାତ ଥର ଅଭିଯୋଗ କରାଯାଇଛି । ବିଧାନସଭା ନିର୍ବାଚନ ପୂର୍ବରୁ କାମ ହୋଇଯିବ ବୋଲି ନେତା ଦେଇଛନ୍ତି ମନ ବୁଝାଇବା ପ୍ରତିଶୃତି । ଦେଖାଯାଉ ପ୍ରତିଦିନ ଅଘଟଣ ଘଟୁଥିବା ଉକ୍ତ ଜଳ ଭର୍ତ୍ତି ରାସ୍ତାର ସ୍ଥାୟୀ ସମାଧାନ କେବେ ଘଟୁଛି । ବାଙ୍କୀ ପ୍ରଶାସନର ନଜର ଏହା ଉପରେ ଶିଘ୍ର ପଡିବା ସହିତ ସ୍ଥାୟୀ ସମାଧାନ ପାଇଁ ଆଶା ବାନ୍ଧିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave a Reply

Your email address will not be published. Required fields are marked *