ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ବିଷମ କଟକ ଠାରେ ପାଳିତ ହୋଇଯାଇଛି l ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ମାନ୍ୟବର କ୍ୟାବିନେଟ ମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓଡ଼ିଶା ସରକାର ଏବଂ ବିଧାୟକ ବିଷମକଟକ , ଶ୍ରୀମତୀ ଯଶୋଦା ହୁଈକା, ଅଧ୍ୟକ୍ଷ, ପଞ୍ଚ।ୟତ ସମିତି, ବିଷମ କଟକ , ଶ୍ରୀ ଦେବୀ ପ୍ରସାଦ ପଟ୍ଟନାୟକ, ଉପ।ଧ୍ୟକ୍ଷ, ପଞ୍ଚ।ୟତ ସମିତି, ବିଷମ କଟକ , ଶ୍ରୀମତୀ ଯସ୍ମୀନ ଶୁଭଦର୍ଶିନୀ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ, ରାୟଗଡ଼ା ଓ ଅନ୍ୟ ଜନ ପ୍ରତିନିଧି ମାନେ ଯୋଗଦାନ କରି ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତି ଯସ୍ମୀନି ଶୁଭଦର୍ଶିନୀ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଜିଲ୍ଲାରେ ପଞ୍ଜୀକୃତ ସଂଘଠିତ ଓ ଅନସଙ୍ଘଠିତ ଶ୍ରମିକ ମାନଂକ ତାଲିକା ଉପସ୍ଥାପନ କରିବା ସହ ସେମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ l ରାୟଗଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ମୋଟ ୧,୦୧,୬୧୨ ଜଣ ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ରାଶି ବଣ୍ଟନ ଶିବିରରେ ୬ ଜଣ ପଞ୍ଜିକୃତ ହିତାଧିକାରୀଙ୍କ ଉତ୍ତରାଧିକାରୀ ଙ୍କୁ ମୃତ୍ୟୁ ଓ ଅନ୍ତେଷ୍ଟି କ୍ରିୟା ଜନିତ ସହାୟତା ରାଶି ସ୍ୱରୂପ ଟ ୧୨,୩୦,୦୦୦/-, ୨ ଜଣ ପଞ୍ଜିକୃତ ହିତାଧିକାରୀଙ୍କ ସନ୍ତାନ ସନ୍ତତି ଙ୍କ ଶିକ୍ଷା ନିମନ୍ତେ ଟ ୧୦,୦୦୦/-, ୫ ଜଣ ପଞ୍ଜିକୃତ ହିତାଧିକାରୀଙ୍କ କନ୍ୟା ସନ୍ତାନ ଙ୍କ ବିବାହ ସହାୟତା ନିମନ୍ତେ ଟ ୨,୫୦,୦୦୦/- ସର୍ବମୋଟ ୧୩ ଜଣ ହିତାଧିକାରୀ ଙ୍କୁ ଟ ୧୪,୯୦,୦୦୦/- ପ୍ରଦାନ କରାଯାଇଛି । ସେହିପରି ୨୭ ଜଣ ନିର୍ମାଣ ଶ୍ରମିକ ଙ୍କୁ ନୂତନ ପଞ୍ଜିକରଣ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଶେଷରେ ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ ରଇତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *