ଚାଲିଥିଲା ନାଗ ସାପ ଖେଳ : ପହଞ୍ଚିଗଲା ନେଉଳ !!!

Spread the love

ଖଣ୍ଡପଡ଼ା ( ଆୱାଜ ମିଡ଼ିଆ ) – ପ୍ରହଲ୍ଲାଦ ବରାଡ଼ : ପ୍ରକୃତିର ବିଚିତ୍ରତା ସତରେ ନିଆରା ! ବେଳେବେଳେ ଏମିତି କିଛି ଘଟଣା ସାମନାକୁ ଆସେ , ଯାହା ଦେଖି ଲୋକେ ଚକିତ ହୋଇଯାନ୍ତି ! ଆମୋଦପ୍ରମୋଦ ପାଇଁ ଯେତେ ବ୍ୟୟବହୁଳ ଚଳଚିତ୍ର ସିରିୟଲ ଦେଖିଲେ ସୁଦ୍ଧା , ପ୍ରାକୃତିକ ଦୃଶ୍ୟ ଦେଖିଲେ ଲୋକେ ବିଭୋର ହୋଇଯାନ୍ତି ! ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା ନୟାଗଡ ଜିଲ୍ଲା ଭାପୁର ବ୍ଲକ ବାଘୁଆପଲ୍ଲୀ ଗ୍ରାମ ପଂଚାୟତ ବନ୍ଧଦ୍ୱାର କାସିଆ ଜଙ୍ଗଲରେ ! ଦୁଇଟି ନାଗସାପ ଖେଳୁଥିବାର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥିଲା ! ଅନେକ ଲୋକ ଜମା ହୋଇ ଦୃଶ୍ୟ ଦେଖୁଥିବା ବେଳେ କେତେକ ସେହି ଦୃଶ୍ୟକୁ ମୋବାଇଲ ରେ କଏଦ କରିଥିଲେ ! ଆଉ ଠିକ ସେତିକି ବେଳେ ସେଠାରେ ପହଞ୍ଚିଥିଲା ଏକ ନେଉଳ ! ସାପ ଓ ନେଉଳ ମଧ୍ୟରେ ଚାଲିଥିଲା ଛକାପଞ୍ଚା ! ତେବେ ସାପ ଦୁଇଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡା ଯାଇଛି !

 

Leave a Reply

Your email address will not be published. Required fields are marked *