ଦୁର୍ବୁତ୍ତଙ୍କ ଆକ୍ରମଣର ଶୀକାର ସାମ୍ବାଦିକଙ୍କ ଅବସ୍ଥା ଗୁରୁତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦୁର୍ବୁତ୍ତ ଙ୍କ ଦ୍ଵାରା ଆକ୍ରମଣ ର ଶିକାର ହୋଇଥିବା ଦଶରଥପୁର ଅଂଚଳ ର ସାମ୍ବାଦିକ ଚନ୍ଦ୍ରଶେଖର ସାହୁ ଙ୍କୁ ଆଜି ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଚନ୍ଦ୍ରଶେଖର ଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭେଟି ସମବେଦନା ଜ୍ଞାପନ କରିବା ସହିତ ଘଟଣା କୁ ନିନ୍ଦା କରିଛନ୍ତି । ଏହି ଆକ୍ରମଣ ଘଟଣା ରେ ସମ୍ପୃକ୍ତ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରା ଯାଇଛି । ଗତକାଲି ଚନ୍ଦ୍ରଶେଖର ନିଜ ଘରକୁ ଯାଉଥିବା ବେଳେ କେତେକ ଦୁର୍ବୁତ୍ତ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।

Leave a Reply

Your email address will not be published. Required fields are marked *