କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ଶ୍ରୀ ଶ୍ରୀ ଦୂର୍ଗା ପଞ୍ଚାୟତ କମିଟି ଓ ବାଙ୍କବିହାରୀ ମଦନମୋହନ ଜିୟୁ ସଙ୍କୀର୍ତ୍ତନ ମଣ୍ଡଳୀର ମିଳିତ ଉଦ୍ୟମରେ ଏକ ବନ୍ଧୁ ମିଳନର ଆୟୋଜନ ଚୌଧୁରୀ ବଜାର ସଭାଗୃହରେ ହୋଇଯାଇଛି । ବନ୍ଧୁ ମିଳନର ନିମନ୍ତେ ୭୨ ବିଭାଗର ସଙ୍କୀର୍ତ୍ତନ ମଣ୍ଡଳୀର ସମ୍ମାନନୀୟ ସର୍ବାଧିକାରୀ ଶ୍ରୀଯୁକ୍ତ ସମୀର ଦେ, ୭୨ ଦିଗଭାଗର ସମସ୍ତ ସଭ୍ୟ ଓ ଆବାହକ ତଥା କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ରନାଥ ସାହୁ ଓ ୨୫ ବିଭାଗର ଓଡ଼ିଶୀ ସଙ୍କୀର୍ତ୍ତନ ମଣ୍ଡଳୀର ସର୍ବାଧିକାରୀ ସୁରେଶ ଚନ୍ଦ୍ର ସାହୁ, ସର୍ବମହନ୍ତ ରବୀନ୍ଦ୍ର କୁମାର ବସ୍ତିଆ, ସର୍ବ କଟୁଆଳ ରଶ୍ମି ରଂଜନ ବେଉରା ଓ ତତ୍ ସହିତ ୨୨, ୨୯ ଓ ୧୬ ଦିଗଭାଗର ସମ୍ମାନନୀୟ ସର୍ବାଧିକାରୀ, କାର୍ଯ୍ୟକାରୀ ସର୍ବାଧିକାରୀ ଓ ମୁଖ୍ୟ ପରିଚାଳକ,୨୫ ଦିଗଭାଇ ଓଡ଼ିଶୀ ସଙ୍କୀର୍ତ୍ତନ ମଣ୍ଡଳୀର ସମସ୍ତ ସଭ୍ୟବୃନ୍ଦ, ଅଧିକାରୀ ବୃନ୍ଦ, ମହନ୍ତ ବୃନ୍ଦ ଓ କଟୁଆଳ ବୃନ୍ଦ ଏବଂ ସର୍ବୋପରି ନଦିଆ ସଙ୍କୀର୍ତ୍ତନ ମହାମଣ୍ଡଳର ସର୍ଵମହନ୍ତ ତଥା କଟକ ମହାନଗର ଶାନ୍ତିକମିଟିର ସାଧାରଣ ସମ୍ପାଦକ ଭିକାରୀ ଦାସ ମହୋଦୟ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଉକ୍ତ ସଭାକୁ ଦୂର୍ଗାପଞ୍ଚାୟତ କମିଟିର ସ୍ଥାୟୀ ସଭାପତି ଦେବାଶିଷ ରାୟ, ସଂପାଦକ ଶିବଦାସ ପୂର୍ଣ୍ଣ ଚନ୍ଦ୍ର ସିଂ, କୋଷାଧ୍ୟକ ସପନ କୁମାର ଗୁଇଁ ପରିଚାଳନା କରିଥିଲେ । ପୂଜା କମିଟିର କାର୍ଯ୍ୟକାରୀ ମୁଖ୍ୟ ଉପଦେଷ୍ଟା କୃଷ୍ଣଚଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ନିମନ୍ତ୍ରଣ ରକ୍ଷା କରି ସମସ୍ତ ଅତିଥି ବୃନ୍ଦ ବଂଧୁ ମିଳନରେ ଯୋଗଦାନ କରି ସମ୍ମାନୀତ ହୋଇଥିଲେ ।
ଶ୍ରୀ ଶ୍ରୀ ଦୂର୍ଗା ପଞ୍ଚାୟତ କମିଟି ଓ ବାଙ୍କବିହାରୀ ମଦନମୋହନ ଜିୟୁ ସଙ୍କୀର୍ତ୍ତନ ମଣ୍ଡଳୀର ବନ୍ଧୁମିଳନ !!!

