ବଜ୍ରାଘାତରେ ଟଳି ପଡିଲେ ପଦନପୁର ଗ୍ରାମର ଯୁବଚାଷୀ !!!

0
1253

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ହେଲା କାଳ ! ବଜ୍ରାଘାତରେ ଚାଲିଗଲେ ପଦନପୁର ଗ୍ରାମର ଯୁବଚାଷୀ ! ମୃତ୍ୟୁ କାହା ପାଖକୁ କିପରି ଆସେ । ବଡ ବିଚିତ୍ର ଏ ଦୁନିଆ । ଅସହ୍ୟ ତାତି ପରେ ଦୁଇ ମାସ ହେବ ବର୍ଷାକୁ ଚାତକ ପକ୍ଷୀ ପରି ଚାହିଁ ରହିଥିଲା ଚାଷୀକୂଳ । କିଛି କିଛି ବର୍ଷା ଗୋଟେ ସପ୍ତାହ ହେବ ହେଉଥିବା ଦ୍ବାରା ଚାଷୀଭାଇ ମୁହଁରେ ସାମାନ୍ୟ ହସର ଫୁଆର ଉଠିଥିଲା । ହେଲେ ଆଜିର ଲଗାଣବର୍ଷା ସାଂଗକୁ ବିଜୁଳି ଘଡଘଡି ମାରିବା ଦ୍ବାରା ଜଣେ ଯୁବଚାଷୀଂକର ଅକାଳ ବିୟୋଗ ଘଟିଛି । ବାଂକୀ ଡମପଡା ବ୍କକ ଅନ୍ତର୍ଗତ ତାଳବସ୍ତ ଗ୍ରା.ପ.ର ପଦନପୁର ଗ୍ରାମର କୁଳମଣୀ ଦାସ ଆଜି ବର୍ଷା ଆରଂଭରେ ନିଜ ବିଲକୁ ଯାଇଥିଲେ । ନିଜ ଗୃହପାଳିତ ଗାଈକୁ ଧରି ଫେରୁଥିବା ବେଳେ ବିଜୁଳି ମାରିବା ଦ୍ବାରା ସେହି ସ୍ଥାନରେ ଟଳି ପଡିଥିଲେ । ଜଣେ ଶିକ୍ଷିତ ଓ ଯୁବଚାଷୀ ହିସାବରେ ତାଂକର ପଂଚାୟତରେ ବହୁ ସୁନାମ ରହିଥିଲା । ତାଳବସ୍ତ ପଂଚାୟତରେ କୁଳମଣୀ ଦାସ ଙ୍କ ନିଧନରେ ଶୋକର ଛାୟା ଖେଳିଯାଇଛି । ଯୁବଚାଷୀ କୁଳମଣୀଂକର ଛୋଟ ଛୋଟ ତିନୋଟି ପିଲା ରହିଛନ୍ତି ।ପରିବାରର ମୁଖ୍ୟଙ୍କୁ ହରାଇ ସ୍ତ୍ରୀ, ବୁଢାବାପା ଏବଂ ତିନିଛୁଆ ବେସହାରା ହୋଇ ପଡିଛନ୍ତି । ସାମାଜିକ କର୍ମି ଗନ୍ଧର୍ବ ଭୋଇ ସ୍ବର୍ଗତ କୁଳମଣୀ ଦାସଂକ ପରିବାରକୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here