କଟକ ସଦର ୪୨ ମୌଜା ଯାଦବ ମହାସଭା ପକ୍ଷରୁ ବୃକ୍ଷ ରୋପଣ !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ଅନ୍ତରାଷ୍ଟ୍ରୀୟ ମାନବାଧିକାର ଆସୋସିଏସନର ରାଜ୍ୟ ସଭାପତି ତଥା ଅଖିଳ ଭାରତ ଯାଦବ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇ°.ପ୍ରଦୀପ କୁମାର ବେହେରାଙ୍କ ଆହ୍ବାନ କ୍ରମେ କଟକ ସଦର ୪୨ ମୌଜା ଯାଦବ ମହାସଭା ପକ୍ଷରୁ କଟକ ସଦର ବ୍ଲକ ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ନହରପଦା ସ୍ବାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ଯାଦବ ମହାସଭା ଉପ ସଭାପତି ବିନୋଦ ବେହେରା, ୪୨ ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା, ସମ୍ପାଦକ ପ୍ରସନ୍ନ ବେହେରା, ମନୋରଞ୍ଜନ ବେହେରା, ସାଗର ବେହେରା, ଶଙ୍କର ବେହେରା, ହୃଦାନନ୍ଦ ବେହେରା, ଅନାଦି ବେହେରା ଓ ପର୍ଶୁରାମ ବେହେରା ଅଂଶ ଗ୍ରହଣ କରିଥିଲେ । ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସି.ଏଚ୍.ଓ. ସିପ୍ରା ନାୟକ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ଅଶୋକ କୁମାର ଜେନା, ଆଶାକର୍ମୀ ସୌଦାମିନୀ ପଣ୍ଡା, ସାରଦା ମହାନ୍ତି, ରଞ୍ଜୁ ଦାସ, ମିନୁ ମହାନ୍ତି ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *