ଲୋକଙ୍କ ସେବାକୁ ପ୍ରାଧାନ୍ୟ ଦେବି : ଡେଜାଲିନ୍ , ଓସିଏସ୍ ପରୀକ୍ଷାରେ ୬୭ ନମ୍ବର ରାଙ୍କ୍ !!!

0
175

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଓଡିଶା ଲୋକସେବା ଆୟୋଗ ଓପିଏସସି ଦ୍ଵାରା ପରିଚାଳିତ ଓଡିଶା ସିଭିଭିଲ ସର୍ଭିସ ( ଓସିଏସ୍ ) ୨୦୨୧ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି । ଏଥିରେ ଜଗତ୍ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଭଅଁସର ଗ୍ରାମର ଅବସରପ୍ରାପ୍ତ ସିନିୟର ଡିଭିଜିନାଲ ଆକାଉଣ୍ଟସ ଅଫିସର ତଥା ଭୁବନେଶ୍ଵର ପୋଖରୀପୁଟ ବିଡିଏ କଲୋନୀ,ଫେଜ୍ -୧ ରେ ରହୁଥିବା ଗଜେନ୍ଦ୍ର ନାଥ ସେଠୀ ଓ ରେଣୁବାଳା ସେଠୀଙ୍କ କନ୍ୟା ଡେଜାଲିନ୍ ସେଠୀ ୬୭ ନମ୍ବର ରାଙ୍କ୍ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଡେଜାଲିନ୍ ଭୁବନେଶ୍ବର ବରମୁଣ୍ଡା ସ୍ଥିତ ବାୟୋ କେମେଷ୍ଟ୍ରି କାର୍ଯ୍ୟାଳୟରେ ସହକାରୀ କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ଡେଜାଲିନ୍ ଭୁବନେଶ୍ବର ଭୀମ ଟାଙ୍ଗୀ ସରସ୍ଵତୀ ବିଦ୍ୟାମନ୍ଦିରରେ ପାଠ ପଢି ସାରିଲା ପରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରୁ କୃଷି ଓ ବୈଷୟିକ ବିଜ୍ଞାନରେ ସ୍ନାତକ ଏବଂ ଓୟୁଏଟିରେ ଫ୍ରୁଟ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ସ୍ନାତକତ୍ତୋର କରିଥିଲେ।ତାଙ୍କର ଏହି ସଫଳତା ପଛରେ ପିତା ମାତା ପିତା ଓ ଭଉଣୀ ତଥା ବ୍ୟାଙ୍କ୍ ଅଫ୍ ବରୋଦା ଗୁଜୁରାଟର ସୁରଟ ଶାଖାର ମ୍ୟାନେଜର ରୋଜାଲିନ ସେଠୀ ଙ୍କ ଆଶୀର୍ବାଦ ରହିଛି । ପ୍ରଗାଢ ଇଚ୍ଛାଶକ୍ତି ବଳରେ ଏହି କୃତିତ୍ଵ ମିଳିଛି ବୋଲି ଡେଜାଲିନ୍ କହିଛନ୍ତି । ଏହା ସହ ସାଧାରଣ ଲୋକଙ୍କ ସେବାକୁ ପ୍ରାଧାନ୍ୟ ଦେବି କହିଛନ୍ତି । ଉତ୍କଳ ବିକାଶ ପରିଷଦ କଟକ ସଦର ପକ୍ଷରୁ ତାଙ୍କୁ ଶୁଭେଛା ଜଣା ଯାଇଛି ।

LEAVE A REPLY

Please enter your comment!
Please enter your name here