ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ସଦର ଅନ୍ତର୍ଗତ ଚାହାଳୀ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ଅଭାବକୁ ନେଇ ଶିକ୍ଷକ ଦାବି ରେ ସ୍କୁଲ ପରିଚାଳନା କମିଟି ଅଭିଭାବକ, ଛାତ୍ର ଛାତ୍ରୀ ଓ ଅଞ୍ଚଳ ବାସି ଙ୍କ ତରଫରୁ ଶାନ୍ତି ପୁର୍ଣ ଧାରଣା ଦିଆ ଯାଇଛି । ସୂଚନା ଅନୁଯାୟୀ ଜନ ଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଦାବିରେ ସ୍କୁଲ ପରିଚାଳନା କମିଟି, ଅଭିଭାବକ, ଛାତ୍ର ଛାତ୍ରୀ ଓ ଅଞ୍ଚଳ ବାସୀଙ୍କ ତରଫରୁ ଶାନ୍ତି ପୁର୍ଣ ଧାରଣାରେ ବସି ରହିଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ାରେ ଅସୁବିଧା, ବିଭିନ୍ନ ସମସ୍ୟାକୁ ନେଇ ଅଭିଭାବକ, ପରିଚାଳନା କମିଟି ଅଭିଯୋଗ ଆଣିଛନ୍ତି । ଅଭିଯୋଗ କୁ ଭିତି କରି ନୟାଗଡ ଜିଲ୍ଲାରେ ପ୍ରଥମ କରି ବିଦ୍ୟାଳୟ ୫ଟି ରେ ରୂପାନ୍ତରିତ ହୋଇଥିବା ବେଳେ, ବିଦ୍ୟାଳୟରେ ୨୩୩ ଛାତ୍ର ଛାତ୍ରୀ ଅଧୟନ କରୁଛନ୍ତି। ପ୍ରଥମ ରୁ ଅଷ୍ଟମ କ୍ଲାସ ପର୍ଯ୍ୟନ୍ତ ପାଠ ପଢ଼ାଯାଉଥିବା ବେଳେ, ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନଦେବା ପାଇଁ ମାତ୍ର ତିନି ଜଣ ଶିକ୍ଷକ ଅଛନ୍ତି। ତଥା ବିଭିର୍ନ ସମସ୍ୟା, ଓ ପିଲାମାନଙ୍କ ପାଇଁ ପାଣିର ସୁବିଧା ନଥିବା ବେଳେ ଛାତ୍ର ଛାତ୍ରୀ ଶିକ୍ଷା ଦାନ ଓ ପାଣି ଟିକେ ବ୍ୟବହାର କରିବା ପାଇଁ ବିଭିର୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସରକାର ଏଥିପ୍ରତି ତଥା ଶିକ୍ଷା ବିଭାଗ ଦୃଷ୍ଟି ଦେଉନଥିବା ବେଳେ, ଏହି ବିଦ୍ୟାଳୟ କୁ କାହିଁକି, ୫-ଟି ରେ ଅନ୍ତରଭୁକ୍ତ କରାଯାଇଛି ତାହା ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ବହୁବାର ବିଦ୍ୟାଳୟ କମିଟି, ଅଭିଭାବକ, ଓ ଜନ ପ୍ରତିନିଧି ବିଦ୍ୟାଳୟ ର ସମସ୍ୟାକୁ ନେଇ ଉପସ୍ଥାପନା କରି ସଚିବ ଙ୍କୁ ଜଣାଇଥିଲେ ମଧ୍ୟ ତାହା କିଛି ସୁଫଳ ମିଳିନାହିଁ। ମୁଖ୍ୟ କାରଣ ୫-ଟି ସ୍କୁଲ ରେ ରୂପାନ୍ତରିତ ହୋଇ ମଧ୍ୟ ଶିକ୍ଷା ଦାନ କରିବା ପାଇଁ ଶିକ୍ଷକ ନାହାନ୍ତି। ତତସହିତପରିବେଶ ସଜାଇ ବାହାର ସୁନ୍ଦର ଭିତର ଫମ୍ପା ଭଳି ରୂପ ଦେଇ ୫-ଟି ନାମରେ ନାମିତ କରିଥିବା ବେଳେ କାନ୍ଥ ରୁ ତାର ରଙ୍ଗ ଛାଡି ଗଲାଣି, ପ୍ରଧାନ ଶିକ୍ଷକଙ୍କୁ ଦୁଇଟି ସ୍କୁଲ ର ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ବେଳେ କିପରି ଜଣେ କାର୍ଯ୍ୟ ତୁଲାଇବ ତାହା ଆଲୋଚନା ସୃଷ୍ଟି କରିଛି।ଏହି ବିଦ୍ୟାଳୟ ଟି ଜିଲ୍ଲା ର ପ୍ରଥମ ୫-ଟି ସ୍କୁଲ, ଠିକ ସେ ଶିକ୍ଷଦାନ ହେଉ ନଥିବା ଛାତ୍ର ଛାତ୍ରୀ ପକ୍ଷରୁ ଶୁଣିବାକୁ ମିଳୁଥିବା ବେଳେ, ଶିକ୍ଷବିଭାଗ ର ଅଜବ ନିୟମ ନେଇ ବିଇଓ ନିଯୁକ୍ତି ଚାଲିଛି। କିନ୍ତୁ ପ୍ରାଥମିକ ସ୍ତରରେ ଶିକ୍ଷବିଭାଗ ତଥା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ, ତଥା ଶିକ୍ଷକ ନିଯୁକ୍ତି ପନ୍ଥା ଗ୍ରହଣ କରାଯାଉନାହିଁ। ଏହାକୁ ଭିତିକରି ବିଦ୍ୟାଳୟ ର ପରିଚାଳନା କମିଟି, ଅଭିଭାବକ, ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଶାନ୍ତିପୂର୍ଣ ଧାରଣା ଦେଇଥିବା ଦେଖାଯାଇଛି। ଏହି ବିଦ୍ୟାଳୟ ପାଇଁ ତୁରନ୍ତ ଶିକ୍ଷବିଭାଗ, ଓ ପ୍ରଶାସନ ତରଫରୁ ଯଥା ଶୀଘ୍ର ଶିକ୍ଷକ ଯୋଗାଇବା, ଅନ୍ୟାନ୍ୟ ସମସ୍ୟା କୁ ସମାଧାନ କରିବାନେଇ ବିଦ୍ୟାଳୟ ର ପରିଚାଳନା କମିଟି ଓ ଅଭିଭାବକ ନିବେଦନ କରିବା ସହିତ ଶାନ୍ତିପୂର୍ଣ ଧାରଣା ଦେଇଥିବା ବେଳେ ଆଗାମୀ ଦିନ ରେ ଯଦି ଏହାରକିଛି ସମାଧାନ ନ କରାଯାଏ ତାହେଲେ ଛାତ୍ର ଛାତ୍ରୀ ଙ୍କୁ ନେଇ ରାଜ ରାସ୍ତା ରେ ପ୍ରତିବାଦ କରିବେ ବୋଲି ଜନ ପ୍ରତିନିଧି, ବିଦ୍ୟାଳୟ ର ପରିଚାଳନା କମିଟି, ତଥା ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ଚେତାବନୀ ଦିଆ ଯାଇଛି।