ଦଶପଲ୍ଲା ରେ ବିଶ୍ବ ଆଦିବାସୀ ଦିବସ କାର୍ଯ୍ୟକ୍ରମ !!!

Spread the love

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ବିଶ୍ୱ ଆଦିବାସୀ ଦିବସ ରେ ଦଶପଲ୍ଲା ଠାରେ ନୂଆଗାଁ, ଦଶପଲ୍ଲା, ଗଣିଆ ବ୍ଲକ ର ଆଦିବାସୀ ଭାଇ ଭଉଣୀ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ନୂତନ ଭାବେ ନବ ନିର୍ବାଚିତ ସ୍ୱତନ୍ତ୍ର ଉର୍ଣ୍ଣୟନ ପରିଷଦ ର ନୟାଗଡ଼ ଜିଲ୍ଲା ଅଧକ୍ଷ୍ୟା ଶ୍ରୀମତୀ ଜାନକୀ ଦେହୁରୀ ଙ୍କୁ ସମସ୍ତ ଆଦିବାସୀ ସମାଜ ଅଭିଵାଦନ ଜଣାଇଥିଲେ ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ l ନୟାଗଡ଼ ଜିଲ୍ଲା ଆଦିବାସୀ ମାନଙ୍କର କିପରି ଆହୁରି ବିକାଶ ହୋଇପାରିବ ସେ ବାବଦରେ ଆଲୋଚନା କରିଥିଲେ l

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଦଶପଲ୍ଲା 9 ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟ ହରିଶ୍ଚନ୍ଦ୍ର ଯାନୀ, କନ୍ଧମାଳ ସାଂସଦଙ୍କ ଜିଲା ପ୍ରତିନିଧି ସଦାଶିବ ମିଶ୍ର, ଗଣିଆ ବ୍ଲକ ସାଂସଦ ଙ୍କ ପ୍ରତିନିଧି ଶେଷଦେବ ସ୍ୱାଇଁ, ନବ ନିର୍ବାଚିତ STC ଅଧକ୍ଷ୍ୟା ଶ୍ରୀମତୀ ଜାନକୀ ଦେହୁରୀ, ଦଶପଲ୍ଲା ଆଦିବାସୀ ସମାଜ ର ସଭାପତି ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

 

Leave a Reply

Your email address will not be published. Required fields are marked *