୪୨ ମୌଜାରେ ” ମୋ ପରିବେଶ – ମୋ ଦାୟିତ୍ୱ ” କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପ୍ରକୃତି ବନ୍ଧୁ ନବ କିଶୋର ପଣ୍ଡାଙ୍କ ଆହ୍ବାନ କ୍ରମେ କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଶ୍ରୀରାମ କାଠଯୋଡ଼ି ନଦୀକୂଳ ସ୍ଥିତ ବଂଶୀଧର ପଣ୍ଡା ସ୍ମାରକୀ ଉଦ୍ୟାନ ଠାରେ “ମୋ ପରିବେଶ”, “ମୋ ଦାୟୀତ୍ଵ” ଓ ସୁରକ୍ଷା ବଳୟ ମଧ୍ୟରେ ଚିରାଚରିତ ବନ ସୃଷ୍ଟି ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ବସନ୍ତ କୁମାର ପଣ୍ଡାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୪୨ ମୌଜା ଥାନା ଆଇ.ଆଇ.ସି ଗିରିଶ ଚନ୍ଦ୍ର ମହାରଣା, ମୁଖ୍ୟ ବକ୍ତା ଭାବେ ବେଣ୍ଟକାର ପୋଷ୍ଟ ଅଫିସ ପି.ଏ. ଅମ୍ରିତେଶ କୁମାର , ସମ୍ମାନୀୟ ଅତିଥି ଭାବେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ରବି ନାରାୟଣ ପ୍ରଧାନ ଯୋଗଦେଇ ପରିବେଶ ସୁରକ୍ଷାକୁ ସମସ୍ତେ ବ୍ରତ ଭାବରେ ଗ୍ରହଣ କରିବାକୁ ମତ ଦେଇଥିଲେ । ଏହି ଅବସରରେ ଆଜିର ଦିବସରେ ୪୨ ମୌଜା ଥାନାରେ ଆଇ.ଆଇ.ସି ଭାବରେ ଯୋଗଦାନର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଶ୍ରୀ ଗିରିଶ ଚନ୍ଦ୍ର ମହାରଣାଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କୁ ପରିବେଶ ରତ୍ନ, ଚିତ୍ରଶିଳ୍ପୀ ଶୁକଦେବ ମହାରଣା, ଲକ୍ଷ୍ମୀଧର ନାୟକ ,ସୁରେନ୍ଦ୍ରନାଥ ସାହୁ, ପତିତପାବନ ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟ, ଶୁଭମ୍ ବିଦ୍ୟା ନିକେତନ ପ୍ରତିଷ୍ଠାତା ପ୍ରସନ୍ନ ଗୋଛାୟତ, ବେଣ୍ଟକାର ପୋଷ୍ଟ ମାଷ୍ଟର ବି.ଚନ୍ଦ୍ରଶେଖର, ୪୨ ମୌଜା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଅଜିତ କୁମାର ନାଟିଆ, ଉପେନ୍ଦ୍ର ବାରିକ୍, ସୂର୍ଯ୍ୟମଣି ନାୟକ, ଚିନ୍ତାମଣି ସାହୁ, ଆଦିତ୍ୟ କର, ଦୁଃଖୀ ଶ୍ୟାମ ଜେନା, ଟୁକୁ ସେନାପତି, କାର୍ତ୍ତିକ ପଣ୍ଡା, ମାନସ ପଣ୍ଡା,ଚନ୍ଦନ ପଣ୍ଡା,ଲିପୁ ପଣ୍ଡା, ଭଗବତୀ ପ୍ରସାଦ ପତି, ଦେବାଶିଷ ଦିକ୍ଷୀତ, ଚିତ୍ତରଞ୍ଜନ ବାରିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *