ବାପା ମାଆ ଝିଅ ଜ୍ବାଇଁଙ୍କ ପରେ ଏବେ ପୁଅ ଆଉ ଅଙ୍ଗନୱାଡ଼ି ଦିଦିଙ୍କୁ ନେଇ ଦୁର୍ନୀତିର ଗନ୍ଧରେ ଫାଟି ପଡୁଛି ବନ୍ଧମୁଣ୍ଡା ଆଞ୍ଚଳିକ ମହିଳା ମହାବିଦ୍ୟାଳୟ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦିନକୁ ଦିନ ତେଜୁଛି ଯାଜପୁର ଜିଲ୍ଲା ବନ୍ଧମୁଣ୍ଡା ଆଞ୍ଚଳିକ ମହିଳା ମହାବିଦ୍ୟାଳୟର ଉତ୍ତେଜନା। ଦୁର୍ନୀତିର ଗନ୍ଧ ଭିତରୁ ଆସ୍ତେ ଆସ୍ତେ ଫିଟିବାରେ ଲାଗିଛି ପାରିବାରିକ ଲୁଟେରାଙ୍କ ଗୁମର। ବାପା, ମାଆ,ଝିଅ ଆଉ ଜ୍ବାଇଁ ମାନଙ୍କୁ ନେଇ ଏ ମହାବିଦ୍ୟାଳୟ ଚାଲିଥିବାର ଦେଖିବାକୁ ମିଳିଥିବା ବେଳେ ଏବେ ସଂପାଦକଙ୍କ ପୁଅ ସଂଗ୍ରାମଙ୍କ ସହ ସ୍ଥାନୀୟ ବନ୍ଧମୁଣ୍ଡା ଗ୍ରାମର ଅଙ୍ଗନୱାଡି ଦିଦି ଆଉ କିଛି ସ୍ଥାନୀୟ ଗୁଣ୍ଡା ବହିନୀଙ୍କ ଅଭୟ ବାହୁଛାୟା ତଳେ ଚାଲିଛି ଆଞ୍ଚଳିକ ମହିଳା ମହାବିଦ୍ୟାଳୟ। ୧୯୯୬ ମସିହାରୁ ୨୦୧୫ ମସିହା ପର୍ଯ୍ୟନ୍ତ ମହାବିଦ୍ୟାଳୟର ସମ୍ପାଦକ ଭାବେ ସ୍ବର୍ଗତ ହରେକୃଷ୍ଣ ମହାନ୍ତି ଥିବାବେଳେ ସଭାପତି ଭାବେ ତାଙ୍କର ଧର୍ମପତ୍ନୀ କାମିନୀ ମହାନ୍ତି, ଶିକ୍ଷା ବିଭାଗର ସ୍ନାତକୋତ୍ତର ପ୍ରମାଣପତ୍ର ପାଇ ନଥାଇ ଜାଲି ଅଧ୍ୟାପିକା ତଥା ୨୦୧୫ ମସିହାରେ ଅଧ୍ୟକ୍ଷା ଭାବରେ ଝିଅ ସ୍ମିତାଞ୍ଜଳି ମହାନ୍ତି,କିରାଣୀ ଭାବରେ ଚାକିରୀରେ ପରିପକ୍ଵ ବୟସ ହୋଇ ନଥିବା ୧୯ ବର୍ଷର ଏକମାତ୍ର କଲେଜରେ ପାଠ ପଢୁଥିବା ପୁଅ ସଂଗ୍ରାମ କେଶରୀ ମହାନ୍ତି, ପରିଚାଳନା କମିଟିର ସଦସ୍ୟ ଭାବରେ ଜ୍ବାଇଁ ଯଦୁମଣି ଧଳ, ପୂର୍ବତନ ଅଧ୍ୟାପକ ଭାବରେ ଆଉ ଜଣେ ଜ୍ବାଇଁ ବିରଞ୍ଚି ନାରାୟଣ ଦାସ ଆଦି ଥିବାର ବିଭିନ୍ନ କାଗଜପତ୍ରରୁ ସୂଚନା ମିଳିଛି। ବିଭିନ୍ନ ସମୟରେ ଏହି ପାରିବାରିକ ମହାବିଦ୍ୟାଳୟର ସଦସ୍ୟ ମାନେ ଲୋକ ମାନଙ୍କୁ ଚାକିରୀ କରାଇଦେବା ନାଆଁରେ ମୋଟା ଅଙ୍କରେ ଅର୍ଥ ଲୁଟୁଥିବାର ଜନ ସୂତ୍ରରୁ ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପଦବୀରେ ଥିବା ଅଧ୍ୟାପକ/ଅଧ୍ୟାପିକା ତଥା ଚତୁର୍ଥ ଶ୍ରେଣୀର କର୍ମଚାରୀ ମାନଙ୍କ ସହ ଚଞ୍ଚକତା କରି ମହାବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ,ସଦସ୍ୟା ମାନଙ୍କର ଦସ୍ତଖତକୁ ଜାଲି ଭାବରେ ଦସ୍ତଖତ କରି ରେଜୁଲେସନ ପ୍ରସ୍ତୁତି ସହ ନୂତନ ଅଧ୍ୟାପକ/ଅଧ୍ୟାପିକା ତଥା ଚତୁର୍ଥ ଶ୍ରେଣୀର କର୍ମଚାରୀ ମାନଙ୍କୁ ନିଯୁକ୍ତି ପ୍ରଦାନ ସହ ଜାଲିଆତି ଭାବରେ ଦରମା ଉଠାଣ କରୁଥିବାର ଦେଖିବାକୁ ମିଳିଛି। ସରକାରଙ୍କର ପ୍ରାୟ ଦେଢ଼ କୋଟିରୁ ଉର୍ଦ୍ଧ୍ଵ ଟଙ୍କାକୁ ଏମାନେ ହଡ଼ପ କରିସାରିଥିବାର ଜାଣିବାକୁ ମିଳିଛି। ଏ ସଂପର୍କରେ ମୁହଁ ଖୋଲିବାରୁ ପ୍ରଥମ ପଦବୀର କର୍ମଚାରୀ ମାନଙ୍କୁ ମାଡ ସହ ଜୀବନରୁ ମାରିଦେବା ପାଇଁ ଦିଆଯାଉଛି ଧମକ। ଏହି ମହାବିଦ୍ୟାଳୟକୁ ନେଇ କର୍ମଚାରୀ ମାନଙ୍କୁ ଅଧ୍ୟକ୍ଷା ଜୁବୁଲି ଦାଶଙ୍କ ନେତୃତ୍ବରେ କିରାଣୀ ସଂଗ୍ରାମ କେଶରୀ ମହାନ୍ତି, ଏଡୁକେସନ ଡେମନ ଷ୍ଟେଟର ପ୍ରଶାନ୍ତ ଜେନା ପିଅନ ସନ୍ତୋଷ ମଲ୍ଲିକ ଏବଂ ସୁଶାନ୍ତ ଜେନାଙ୍କ ସମେତ ଉକ୍ତ ଗ୍ରାମର ଜାଲିଆତିକୁ ପ୍ରୋତ୍ସାହନ ଯୋଗାଇ ଦୁର୍ନୀତିରେ ଲିପ୍ତ ରହୁଥିବା ଦରମା ଖିଆ ଗୁଣ୍ଡାଙ୍କ ଜରିଆରେ ଗତ ଜୁଲାଇ ୧୯ ତାରିଖରେ ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇ ଥିବାର ଯାଜପୁର ଥାନାରେ ଅଭିଯୋଗ ହୋଇଛି। ବିଭାଗୀୟ କର୍ତ୍ତୃପକ୍ଷ ନିଘୋଡ଼ ନିଦରେ କି କୌଣସି କୂଟନୈତିକ ଚାପରେ ତଦନ୍ତ ଠପ୍ ହୋଇଯାଇଛି ତାହା ବୁଝି ହେଉ ନାହିଁ। ଏତଦ୍ ଭିନ୍ନ କଲେଜ୍ ନାମରେ ଜାଲ ରେଜୁଲେସନ,ଜାଲ୍ ପଟ୍ଟା ଓ ଜାଲ୍ ପ୍ଲେଜିଂ ମନିର ପ୍ରମାଣପତ୍ର ଦେଖାଇ ସରକାରୀ ଅର୍ଥକୁ ହଡପ କରୁଥିବା ବେଳେ ସମ୍ପ୍ରତି ବିଦ୍ୟାଳୟର ଭିତ୍ତିପ୍ରସ୍ତର ବିକାଶ ଓ ଗୃହ ନିର୍ମାଣ ନିମନ୍ତେ ୪୦ ଲକ୍ଷ୍ୟ ଟଙ୍କାର ବିଲ୍ ପାରିତ ହୋଇଥିବାର ଜଣାପଡ଼ିଥିବା ବେଳେ ଗତ କିଛି ଦିନ ତଳେ ଏହାର ପ୍ରଚେରୀ ନିର୍ମାଣ ନିମନ୍ତେ ଜନୈକ ନେତା ସାତ ଲକ୍ଷ ଟଙ୍କା ମଞ୍ଜୁର କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାର ଜନସୂତ୍ରରୁ ସୂଚନା ମିଳିଛି। ଏ ସଂପର୍କରେ ବିଭାଗୀୟ ଅଧିକାରୀ ମାନଙ୍କୁ ସୂଚନା ଦିଆ ଯାଇଥିଲେ ମଧ୍ୟ ତାହା ସରକାରୀ ଫାଇଲର ନାଲି ଫିତା ତଳେ ରହିଯାଇ ଥିବାର ଜନୈକ ଅଧ୍ୟାପକ ମତବ୍ୟକ୍ତ କରିଛନ୍ତି। ଏଣୁ ଏହାର ବିଧିବଦ୍ଧ ତଦନ୍ତ ସହ ବିହୀତ ପଦକ୍ଷେପ ଗ୍ରହଣ ନିମନ୍ତେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନ ସାଧାରଣଙ୍କ ପକ୍ଷରୁ ଦାବୀ କରାଯାଉଛି।

Leave a Reply

Your email address will not be published. Required fields are marked *