କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଗୋରୁ ମାଂସ ଭର୍ତ୍ତି ଆଇଚର ଗାଡି ଜବତ ! ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଅଞ୍ଚଳ ରୁ ଆଇଚର ଗାଡ଼ିରେ ଗୋ ମାଂସ ଚାଲାଣ ହେଉଥିବା ସମୟରେ ଗାଡିକୁ ଅଟକ ରଖିଛନ୍ତି କଳାପଥର ବଜରଙ୍ଗ ଦଳ ର କର୍ମକର୍ତ୍ତା ! ଘଟଣା ରୁ ପ୍ରକାଶ , ଗତ କାଲି ରାତିରେ ଗୋ ଚାଲାଣ ସମ୍ପର୍କରେ ଖବର ପାଇଁ ବାଙ୍କୀ ଏବଂ କଳାପଥର ବଜରଙ୍ଗ ଦଳ ର କର୍ମୀ ମାନେ ଗୋରୁ ଗାଡି ଆସିବାର ଛକି ବସିଥିବା ବେଳେ ଏହି ଗାଡି କୁ ସନ୍ଦେହରେ ଅଟକ ରଖିଥିଲେ ! ତିଗିରିଆ ଅଞ୍ଚଳ ରୁ ଆସୁଥିବା ଏକ କଣ୍ଟେନର ଗାଡି ରେ ପଲିଥିନ ଘୋଡ଼ାଯାଇ , ମେସିନ ରେ କଟା ଯାଇଥିବା ଗୋରୁ ମାଂସ ଥିବାର ଦେଖି ଗାଡି ଏବଂ ଚାଳକ କୁ ଅଟକ ରଖିଥିଲେ ! ଘଟଣା ସମ୍ପର୍କରେ ଖବର ପାଇ ବୈଦେଶ୍ଵର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ପ୍ରଚାର ହେବା ପରେ ଜନସାଧାରଣ ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ! ତେବେ ଜବତ ଗାଡିକୁ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିବା ଜଣାଯାଇଛି ! କଳାପଥର ଅଗ୍ନିଶମ ବିଭାଗ ଖବର ପାଇ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି !
କଳାପଥରରେ ଗୋରୁ ମାଂସ ଭର୍ତ୍ତି ଆଇଚର ଜବତ !!!

