ବିଷଧର ସାପ କାମୁଡାରେ ୧୬ ଦିନର ଶିଶୁ କନ୍ୟା ମୃତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଂଚଳରେ ଏକ ବିଷଧର ସାପ କାମୁଡାରେ ୧୬ ଦିନର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଖରଡ଼ି ପଞ୍ଚାୟତର ଆମ୍ବସାର ଜଡ଼ାବାଳି ଗ୍ରାମର ବୃନ୍ଦା ମୁଣ୍ଡାଙ୍କ ଶିଶୁ କନ୍ୟା ଘରେ ଶୋଇଥିବା ସମୟରେ ସର୍ପାଘାତର ଶୀକାର ହୋଇଥିଲା । ବୃନ୍ଦା ଚାଷ କାର୍ଯ୍ୟରେ ବିଲକୁ ଯାଇଥିବା ବେଳେ ଘରେ ତାଙ୍କ ପତ୍ନୀ ଗୀତା ମୁଣ୍ଡା ଘର କାର୍ଯ୍ୟ କରୁଥିଲେ ! ଏକ ବିଷଧର ସାପ ଘର ଭିତରେ ପଶି ଶୋଇଥିବା ୧୬ ଦିନର ଶିଶୁ କନ୍ୟାକୁ ଦଂଶନ କରିଥିଲା । ବିଷଧର ସାପ କାମୁଡାରେ ଶିଶୁ କନ୍ୟା ଗୁରୁତର ହୋଇ ଯାଇଥିବା ବେଳେ ପରିବାର ଲୋକେ ଶିଶୁ କନ୍ୟାକୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ । ଶିଶୁଟିର ମୃତ୍ୟୁ ଖବର ପାଇବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ଏପରି ଅଘଟଣ ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି !

Leave a Reply

Your email address will not be published. Required fields are marked *