ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକର ଅନ୍ତରସିଙ୍ଗ ଗ୍ରାମ ପଞ୍ଚାୟତ ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସହ ଗ୍ରାମ୍ୟ ମୁଖୀ ପ୍ରଶାସନ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସ୍ବାତି ଏସ କୁମାରଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଳକ ସ୍ତରୀୟ ଅଧିକାରୀ ଜନ ପ୍ରତିନିଧି ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ 70 ଗୋଟି ଅଭିଯୋଗ ଆସିଥିଲା ବେଳେ ସେଥି ମଧ୍ୟରୁ 6 ଗୋଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା ! 64 ଗୋଟି ଅଭିଯୋଗ ତୁରନ୍ତ ପଦକ୍ଷେପ ନେଇ ସମାଧାନ ସକାଶେ ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ପ୍ରକୃତ ହିତାଧିକାରୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି ।
ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସହ ଗ୍ରାମ୍ୟ ମୁଖୀ ପ୍ରଶାସନ !!!

