ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ମହିଳା ମାନଙ୍କୁ ଜଣେ ଯୁବକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ସମ୍ପୃକ୍ତ ଯୁବକ ଥାନାରେ ଅଟକ । ସୂଚନା ମୁତାବକ ସୁକିନ୍ଦା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ କାର୍ଯ୍ୟରତ ରାଜ ମିସ୍ତ୍ରୀ ପଶ୍ଚିମବଙ୍ଗ ମୂର୍ସିଦାବାଦ ଅଞ୍ଚଳର ମୂପ୍ତାର ସେକଙ୍କ ପୁଅ କେଶବୁଲ୍ ସେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କିଛି ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ମହିଳା ମାନେ ଅଭିଯୋଗ କରିଥିଲେ । ଏନେଇ ସ୍ଥାନୀୟ ଲୋକେ ଯୁବକଙ୍କୁ ବହୁ ଖୋଜା ଖୋଜି କରିବା ଖବର ପାଇ ସଂପୃକ୍ତ ଯୁବକ ସେଠାରୁ ପାର ହୋଇ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ନିର୍ମାଣଧିନ ଏକ କୋଠା ଉପରେ ଲୁଚି ରହିଥିଲା । ଲୋକେ ଯୁବକ କୁ କାବୁ କରି ସୁକିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡିଛି ।
ମହିଳାଙ୍କୁ ଦୁର୍ବ୍ୟବହର ଅଭିଯୋଗରେ ଯୁବକ ଥାନାରେ ଅଟକ !!!

