ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ରେ ଜୁନିୟର ରେଡକ୍ରସର ପରାମର୍ଶଦାତା ମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଜୁନିୟର ରେଡ଼କ୍ରସର ପରାମର୍ଶଦାତା ମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଏ ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳାଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିଶା ଦାସ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୋଲୁ ରବି କୁମାର ଓ ସାଲା ଲକ୍ଷ୍ମଣ ରାଓ ସ୍ୱତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ I JRCO ଶ୍ରୀ ସଂଜୀବ କୁମାର ଦାସଙ୍କ ତତ୍ୱାବଧାନରେ ଜିଲ୍ଲା ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ, ରାଜ୍ୟ ପୁରସ୍କୃତ ଶିକ୍ଷକ ତଥା ସମ୍ବଳ ସାଧନ କର୍ମୀ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଓ ଶ୍ରୀ ପ୍ରହଲ୍ଲାଦ ଶିଅଳ ଓ ୱାଇ ଧର୍ମା ରାଓ ଯୋଗ ଦେଇ ବିଦ୍ୟାଳୟ ସ୍ତରରେ ପରାମର୍ଶଦାତା ମାନଙ୍କର କର୍ତ୍ତବ୍ୟ ଓ ଭୂମିକା ଜୁନିୟର ରେଡକ୍ରସର କାର୍ଯ୍ୟକ୍ରମ, ପ୍ରାଥମିକ ଚିକିତ୍ସାର ଉପଯୋଗ ସମ୍ପର୍କରେ ଶିକ୍ଷା ଦାନ ଦେଇଥିଲେ I ସମସ୍ତ ବିଦ୍ୟାଳୟ ମାନଙ୍କରେ ଜୁନିୟର ରେଡ଼କ୍ରସ ୟୁନିଟ ଖୋଲି ଛାତ୍ର ଛାତ୍ରୀ ମାନଙ୍କୁ ସଂଶ୍ଲିଷ୍ଟ କରାଇବା ପାଇଁ ଅତିଥି ମାନଙ୍କର ମତ ପ୍ରକାଶ ପାଇଥିଲା I ବରିଷ୍ଠ କ୍ରୀଡା ଶିକ୍ଷକ ସାଲା ଲକ୍ଷ୍ମଣ ରାଓଙ୍କ ଜୀବନ ବ୍ୟାପି ଜୁନିୟର ରେଡ଼କ୍ରସରେ ଯୋଗଦାନ ପାଇଁ ଜିଲ୍ଲା ଜୁନିୟର ରେଡ଼କ୍ରସ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ବିଦ୍ୟାଳୟର ସମସ୍ତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ I ଜିଲ୍ଲା ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ I

Leave a Reply

Your email address will not be published. Required fields are marked *