ସୋସିଆଲ ମିଡ଼ିଆର ପ୍ରଭାବ : ଆକ୍ସନ ମୋଡରେ ମେୟର ସୁବାଷ ସିଂ !!!

0
180
Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସୋସିଆଲ ମିଡ଼ିଆର ପ୍ରଭାବ ! କିଛି ଦିନ ପୂର୍ବରୁ ସୋସିଆଲ ମିଡ଼ିଆରେ ଜଣେ ଯୁବକ, ଚହଟା ଛକର ପାର୍ଶ୍ଵ ରାସ୍ତା ଦବିଯିବା ଘଟଣାକୁ ନେଇ ମେୟର ସୁବାଷ ସିଂଙ୍କୁ କଟାକ୍ଷ କରି ପୋଷ୍ଟ କରିଥଲେ ! ଯାହାକି ଖୁବ୍ ଭାଇରାଲ ହେବା ସହିତ ଚର୍ଚ୍ଚାର ବିଷୟ ପାଲଟିଛି ! ଏହା ପରେ ଆକ୍ସନ ମୋଡରେ ଆସିଥିଲେ ସୁବାଷ ସିଂ ଓ ଯୁଦ୍ଧ କାଳୀନ ଭିତ୍ତିରେ ସିଏମସି କର୍ତ୍ତୃପକ୍ଷ ଓ ଯନ୍ତ୍ରୀ ମାନଙ୍କୁ ନେଇ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ତେବେ ବହୁ ଦିନରୁ ଏହି ରାସ୍ତା ଦବିବା ଘଟଣା ଲୋକଲୋଚନକୁ ଆସିଥିଲେ ମଧ୍ଯ ସିଏମସି କର୍ତ୍ତୃପକ୍ଷ ବାଲି ଫିଲିଂ କରି ଗାତ ଟିକୁ ବନ୍ଦ କରିବକୁ ପ୍ରାୟାସ କରିଥଲେ । କିନ୍ତୁ ମୁଷଳ ଧାରାର ବର୍ଷା ପାଣିର ସ୍ରୋତ ଏହି ଗାତର ବାଲିକୁ ଧୋଇ ନେଇଥିଲା । ଯାହା ଫଳରେ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିଲା । ସୋସିଆଲ ମିଡିଆରେ ଘଟଣାଟି ଆସିଲା ପରେ ସିଏମସି ମେୟର ନିଜେ କାର୍ଯ୍ୟ ସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିଛନ୍ତି ।

 

Leave a reply

  • Default Comments (0)
  • Facebook Comments
Please enter your comment!
Please enter your name here