ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ନିକଟରେ ୫୩ ନଂ ଜାତୀୟ ରାଜପଥ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିବାରୁ ସଂପୃକ୍ତ ସ୍ଥାନ ଏବେ ପୋଖରୀର ଭ୍ରମ ସୃଷ୍ଟି କରୁଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ । ସୁକିନ୍ଦା ଛକ ନିକଟରେ ପ୍ରସ୍ତାବିତ ଓଭରବ୍ରିଜ କାମ ଆରମ୍ଭ ନହୋଇ ପଡ଼ିରହିଛି । ଉଭୟ ପାର୍ଶ୍ବରେ ସର୍ଭିସ ରୋଡ ଉଚ୍ଚା ହୋଇଥିବାରୁ ମଝି ସ୍ଥାନରେ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ । ଦୀର୍ଘଦିନ ଧରି ଜଳ ଜମା ହୋଇ ରହିବାରୁ ସଂପୃକ୍ତ ସ୍ଥାନଟି ଛୋଟ ଗାଡିଆ ରୂପ ନେଇଛି । ଉଭୟ ପାର୍ଶ୍ଵର ବ୍ୟବସାୟୀ ମାନେ କୁଢ଼ କୁଢ଼ ଆବର୍ଜନା ଗଦା କରୁଥିବା ଦେଖିବାକୁ ମିଳିଛି । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ସାଧାରଣରେ ଅସନ୍ତୋଷର କାରଣ ହୋଇଛି । ଦୀର୍ଘ ବର୍ଷ ଧରି ଓଭରବ୍ରିଜ କାର୍ଯ୍ୟ ଆରମ୍ଭ ନହେବା କାରଣରୁ ସର୍ଭିସ ରୋଡ ଦେଇ ସମସ୍ତ ଭାରି ଯାନବାହାନ ଯାତାୟାତ କରୁଥିବାରୁ ଦୈନିକ ଦୁର୍ଘଟଣା ଘଟି ଚାଲିଛି ।
ପୋଖରୀର ଭ୍ରମ ସୃଷ୍ଟି କରୁଛି ଜାତୀୟ ରାଜପଥ !!!

