ପ୍ରଶାସନକୁ ଦୁର୍ଗମ ଗ୍ରାମାଞ୍ଚଳ ନିକଟରେ ପହଞ୍ଚାଇବା ପାଇଁ ଜିଲ୍ଲାପାଳଙ୍କ ପ୍ରୟାସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଦୁର୍ଗମ ଗ୍ରାମାଞ୍ଚଳର ବିକାଶ ଓ ଉନ୍ନତି ଓ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗଜପତି ପ୍ରଶାସନକୁ ଗ୍ରାମାଞ୍ଚଳର ଲୋକ ମାନଙ୍କ ଠାରେ ପହଞ୍ଚାଇବା ପାଇଁ ଗଜପତି ଜିଲ୍ଲାପାଳ ପ୍ରୟାସ ଆରମ୍ଭ କରିଥିବା ଲକ୍ଷ୍ୟ କରାଯାଇଛି ! ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ରାୟଗଡ଼ ବ୍ଲକ ଅଧୀନ ଜିରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଅଧ୍ୟଷିତ ରଘୁନାଥପୁର ଗ୍ରାମର ଲୋକଙ୍କ ଦୁଆରେ ପହଞ୍ଚି ପାନୀୟଜଳ ଯୋଗାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ପେନସନ୍ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝି ଆଲୋଚନା କରିବା ସହ ରଘୁନାଥପୁର ଗ୍ରାମ ନିକଟସ୍ଥ ଗୁଦଗୁଦା ଜଳପ୍ରପାତ ପରିଦର୍ଶନରେ ଯାଇ କିଭଳି ତାହାର ଉନ୍ନତିକରଣ କରାଯାଇ ପାରିବ ଏବଂ ହୋଇପାରିବ ସେ ନେଇ ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ରାୟଗଡ଼ ବ୍ଲକ ଅଧୀନରେ ଦୁଇଟି ବଡ଼ ଜଳପ୍ରପାତ ରହିଥିବା ବେଳେ ସେଥ୍ ମଧ୍ୟରୁ ଗୋଟିଏ ଗଣ୍ଡାହାତୀ ଜଳପ୍ରପାତ ଏବଂ ଅନ୍ୟଟି ରଘୁନାଥପୁର ସୁଦଗୁଦା ଜଳପ୍ରପାତ । ତେବେ ଗଣ୍ଡାହାତୀ ସ୍ଥିତ ଜଳପ୍ରପାତରେ ପ୍ରଶାସନ ପକ୍ଷରୁ ଆଖି ଦୃଶିଆ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିବା ବେଳେ ଉକ୍ତ ରଘୁନାଥପୁର ଗୁଦଗୁଦା ଆଜି ଯାଏ ଅଣଦେଖା ହୋଇ ରହିଛି । ତେବେ ଏହି ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ ଲୋକଙ୍କ ମନରେ ଅନେକ ଉତ୍ସାହ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *