କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଯୌତୁକ ଜ୍ୱାଳାରେ ଚାଲିଗଲା ନବବଧୁ ର ଜୀବନ । ବିବାହ କୁ ଦୁଇ ମାସ ପୂରିନି । ଯୌତୁକ ଜ୍ୱାଳାରେ ଚାଲିଗଲା ନବ ବଧୂର ଜୀବନ । ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଛଞ୍ଚିଣା ଗ୍ରାମର ପ୍ରଦୀପ କୁମାର ମଲିକ ଙ୍କୁ ମାହାଙ୍ଗା ବାଗେଶ୍ୱରପୁର ଗ୍ରାମର ପ୍ରସନ ମହାନ୍ତିଙ୍କ ସାନ ଝିଅ ସଂଘମିତ୍ରା ମହାନ୍ତି ଗତ ଜୁଲାଇ ୧୪ ତାରିଖରେ ବିବାହ କରିଥିଲେ । ଆଶାନୁରୂପ ଯୌତୁକ ନପାଇବାରୁ ଶାଶୁ ଶଶୁର ନଣଦ, ଦିଅର ଓ ସ୍ୱାମୀ ବାରମ୍ବାର ନବ ବଧୂ ସଂଘମିତ୍ରା କୁ ନିର୍ଯାତନା ଦେଇ ଆସୁଥିଲେ ।

ଆଜି ଦ୍ବିପ୍ରହରରେ ସଂଘମିତ୍ରାର ପେଟ ଖରାପ ଅଛି ବୋଲି କହି ଦିଅର କାଳନ୍ଦୀ ମଳିକ ଝିଅର ବାପାଙ୍କୁ ଖବର ଦେଇଥିଲେ । ଝିଅର ବାପା ପ୍ରସନ , ଝିଅର ଶାଶୁ ଘରେ ପହଁଚିଲା ବେଳକୁ ସଂଘମିତ୍ରାଙ୍କ ସଂଜ୍ଞହୀନ ମୃତ ଶରୀର ଖଟ ଉପରେ ପଡି ରହିଥିଲା । ଶାଶୁ ଓ ନଣଦ ବ୍ୟତୀତ ଅନ୍ୟ ସମସ୍ତେ ଫେରାର ଥିଲେ । ଘଟଣା ପରେ ଝିଅର ବାପା ଡେରାବିଶ ଥାନାରେ ସ୍ୱାମୀ ପ୍ରଦୀପ କୁମାର ମଲ୍ଲିକଙ୍କ ସମେତ ଶାଶୁ ଘର ଲୋକଙ୍କ ନାମ ରେ ହତ୍ୟା ଅଭିଯୋଗ ଆଣିଛନ୍ତି ! ଅଭିଯୋଗ ଭିତିରେ ଡେରାବିଶ ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀ ପ୍ରଦୀପ ମଳିକଙ୍କୁ ଅଟକ ରଖିଥିବା ଜଣାପଡିଛି ।

