ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ଚିହ୍ନଟକରଣ ନିମନ୍ତେ ଅଙ୍ଗନବାଡି କର୍ମୀଙ୍କୁ ପ୍ରାକ ତାଲିମ ପ୍ରଦାନ !!!

0
221

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ଚିହ୍ନଟକରଣ ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ମୋହନା ବ୍ଲକ ର ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ପ୍ରାକ ତାଲିମ ପ୍ରଦାନ ! ମୋହନା ବ୍ଲକର ପିତୃମାତୃହୀନ ଶିଶୁ ମାନେ ବିପଦ ସଙ୍କୁଳ ଅବସ୍ଥାରେ ରହୁଥିବା କଥା ବିଭିନ୍ନ ସମୟରେ ଗଣମାଧ୍ୟମ ଦ୍ବାରା ପ୍ରକାଶିତ ହେବା ଫଳରେ ଗଜପତି ଜିଲ୍ଲାପାଳ ଏହାକୁ ଅତି ଗୁରୁତ୍ବ ଭାବେ ଗ୍ରହଣ କରି ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପୁନଃ ଚିହ୍ନଟକରଣ ନିମନ୍ତେ ନିର୍ଦେଶ ଦେଇଛନ୍ତି । ସୂଚନା ଥାଉକି ୨୦୧୯ ମସିହାରେ ପ୍ରଥମ ଥର ପାଇଁ ପିତୃମାତୃହିନ ଶିଶୁ ମାନଙ୍କୁ ସାରା ଜିଲ୍ଲାରେ ଚିହ୍ନଟକରଣ କରାଯାଇଥିଲା । ଉପରୋକ୍ତ ବିଷୟଟି ସମ୍ବେଦନଶୀଳ ହୋଇଥିବାରୁ ଏବଂ ଏହି ଚିହ୍ନଟକରଣ ପ୍ରକ୍ରିୟାଟି ଅଙ୍ଗନବାଡି କର୍ମୀଙ୍କ ଦ୍ବାରା କରାଯିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତାବ ଥିବାରୁ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଗତ ତା ୨୧ ଠାରୁ ୨୫ ଅଗଷ୍ଠ ୨୦୨୩ ରିଖ ପର୍ଯନ୍ତ ଦୀର୍ଘ ୫ ଦିନ ଧରି ମୋହନା ବ୍ଲକ କଲ୍ୟାଣ ମଣ୍ଡପ ସଭାଗୃହ ଠାରେ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀମାନଙ୍କୁ ନେଇ ପିତୃମାତୃହିନ ଶିଶୁଙ୍କ ଚିହ୍ନଟ ପାଇଁ ପ୍ରାକ ତାଲିମ ପ୍ରଦାନ କରାଯାଇଛି । ତାଲିମ ଦେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ , ଅଙ୍ଗନବାଡି କର୍ମୀମାନେ ନିଜ ନିଜ ଅଞ୍ଚଳରେ ଥିବା ପିତୃମାତୃହୀନ ଓ ଏକକ ଅଭିଭାବକ ଥିବା ଶିଶୁଙ୍କୁ କିପରି ଚିହ୍ନଟ କରିବେ ଏବଂ ସେମାନଙ୍କର ସବିଶେଷ ତଥ୍ୟ କିପରି ପ୍ରଦାନ କରାଯିବା ତାହାରି ଉପରେ ଜିଲ୍ଲା ପ୍ରଶାସନ ପାଞ୍ଚ ଦିନିଆ ପ୍ରାକ ତାଲିମ ଆୟୋଜନ କରିଥିଲେ ! ଯେଉଥିରେ କି ୬୨୨ ଜଣ ଅଙ୍ଗନବଡି କର୍ମୀ ତାଲିମ ନେବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଚିହ୍ନଟ ପରେ ଶିଶୁମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ତୁରନ୍ତ ଥଇଥାନ କରାଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ନିଷ୍ପତ୍ତି ହୋଇଛି ।

 

LEAVE A REPLY

Please enter your comment!
Please enter your name here