ମଙ୍ଗଳପୁର ନିକଟ ରେଳ ଧାରଣାରେ ଟ୍ରେନ ଦୁର୍ଘଟଣା ରେ ଜଣେ ମୃତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା – ଅନୁଗୁଳ ରେଳପଥ ମଙ୍ଗଳପୁର ନିକଟରେ ସକାଳ ସମୟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡି ରହିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ ! ଏନେଇ ଗ୍ରାମର ଲୋକ ମାନେ ରେଳବାଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ରେଳବାଇ ପୋଲିସ ପହଁଚି ଶବକୁ ଜବତ କରିବା ସହ ଶବ ଵ୍ୟବଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ! ତେବେ ମିଳିଥିବା ଖବର ଅନୁଯାଇ ସୁକିନ୍ଦା ଥାନା ଅନ୍ତର୍ଗତ ଗନ୍ଧାପାଳ ଗ୍ରାମର ଗୁଣନିଧି ବାରିକ ସକାଳ ସମୟରେ ଘରୁ ଚାଲି ଚାଲି ଟ୍ରେନ ଲାଇନରେ ସୁକିନ୍ଦା ଆଡକୁ ଆସୁଥିଲେ ! ଏହି ସମୟରେ ଏକ ଟ୍ରେନ ଆସି ତାଙ୍କୁ ପଛପଟୁ ଧକା ଦେଇଥିଲା ! ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ସୁଚନା ମିଳିଛି !

Leave a Reply

Your email address will not be published. Required fields are marked *