ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାର ତିନି ଗୋଟି ବୃହତ୍ତ ଜଳାଶୟକୁ ଅର୍ଥ ମଞ୍ଜୁର : ଧନ୍ୟବାଦ ସଭା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଗୋଷାଣି ବ୍ଲକ ଅନ୍ତର୍ଗତ କୃଷ୍ଣ ସାଗର ଡ୍ୟାମ ନିକଟରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣିର ଏକ ଧନ୍ୟବାଦ ସଭା ଆୟୋଜନ କରାଯାଇଥିଲା । ପ୍ରକାଶ ଥାଉକି ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଗଜପତି ଜିଲ୍ଲାକୁ ଅଭିଯୋଗ ଶୁଣାଣି ନିମିତ୍ତ ଗତ ତା ୦୯.୦୫.୨୦୨୩ ଓ ତା.୧୦.୦୫.୨୦୨୩ ରିଖ ଦୁଇ ଦିନ ଧରି ଗସ୍ତରେ ଆସିଥିଲେ । ଏହି ସମୟରେ ସ୍ଥାନୀୟ ଜନସାଧାରଣ ଗଜପତି ଜିଲ୍ଲାର ମୁଖ୍ୟ ତିନୋଟି ଯଥା କୃଷ୍ଣ ସାଗର, ରାମ ସାଗର ଓ ଗଜପତି ସାଗର ର ପୁନଃ ଉଦ୍ଧାର ନିମନ୍ତେ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଏହି ଅଭିଯୋଗ ଶୁଣାଣିରେ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୃଷ୍ଣ ସାଗର ପାଇଁ ୩ କୋଟି ୧୦ ଲକ୍ଷ ଟଙ୍କା, ରାମ ସାଗର ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଓ ଗଜପତି ସାଗର ପାଇଁ ୧ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁରୀ କରାଯାଇଥିବାର କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପି.ଜଗନ୍ନାଥ ସୂଚନା ପ୍ରଦାନ କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ନିମିତ୍ତ ସ୍ଥାନୀୟ ଲୋକ ପ୍ରତିନିଧି ଓ ଜନସାଧାରଣଙ୍କ ଦ୍ଵାରା ଏକ ସ୍ବତନ୍ତ୍ର ଧନ୍ୟବାଦ ସଭା ଆୟୋଜନ କରାଯାଇଥିଲା । ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଯୋଗ ଦେଇଥିଲେ । ନିମନ୍ତ୍ରିତ ଅଥିତି ମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଶ୍ରୀ ଏସ.ଲିଙ୍ଗରାଜୁ, ଗୋଷାଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଏନ୍. ବୀରାରାଜୁ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବାଲା ରାଜୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କଳ୍ପନା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଜୟ କୁମାର ପ୍ରଧାନ ଓ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ୱାଇ.ରାମଚନ୍ଦ୍ର ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ା.ଗୁଣନିଧି ନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି ଅଭିଯୋଗର ସମଧାନ ନିମିତ୍ତ ଜିଲ୍ଲା ପ୍ରଶାସନ ତରଫରୁ ମାନନୀୟ ଜିଲ୍ଲାପାଳ ଅଭିଯୋଗ କାରୀଙ୍କୁ ତିନୋଟି ସାଗରର ଉନ୍ନତି ନିମିତ୍ତ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *