ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦିନକ ମଧ୍ୟରେ ଅପହଞ୍ଚ ତଳଡିହ ଜୁଆଙ୍ଗ ବସ୍ତିରୁ ୯ ଜଣ ରୋଗଣା ଶିଶୁଙ୍କୁ ଉଦ୍ଧାର ପରେ ସେମାନଙ୍କୁ ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶିବାଶିଷ ମହାରଣା ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଲତା ନାୟକଙ୍କ ନିର୍ଦ୍ଦେଶରେ ତଥା ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦ ଓ ସିଡିପିଓ ବିଜୟଲକ୍ଷ୍ମା ମାରାଣ୍ଡିଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ୍ ଗୁହିଆଶାଳ ମୌଜାର ତଳଡିହ ଗସ୍ତ କରି ୯ ଜଣ ରୋଗଣା ଶିଶୁଙ୍କୁ ଧରି ମାଆ ବାପାଙ୍କ ସହିତ ନାଲିଆଡାବ ରେ ପହଞ୍ଚିଥିଲେ । ଏହି ଶିଶୁମାନେ ହେଲେ ଫୁଲମଣି ଓ ଅମିନ ପ୍ରଧାନଙ୍କ 5 ବର୍ଷର ପୁଅ ପୁଦୁ ପ୍ରଧାନ, ବର୍ଷା ଓ ରାଧୁଆ ପ୍ରଧାନଙ୍କ ୨ ପୁଅ 2 ବର୍ଷର ପୁଅ ବୁରୁନ୍ଦା ପ୍ରଧାନ ଓ 3 ବର୍ଷର ପୁଅ ରଇବ ପ୍ରଧାନ ଏବଂ ୨ ଝିଅ 6 ବର୍ଷର ଯାତ୍ରୀ ପ୍ରଧାନ ଓ 8 ବର୍ଷର ଝିଅ ବେଙ୍ଗିରି ପ୍ରଧାନ, ଅଙ୍ଗନବାଡ଼ି କର୍ମୀ ଆଗୁଣି ଓ ନନ୍ଦ ପ୍ରଧାନଙ୍କ 6 ମାସର ପୁଅ ରାହୁଲ ପ୍ରଧାନ ଓ 2 ବର୍ଷର ପୁଅ ଭଗବାନିଆ ପ୍ରଧାନ ଏବଂ ମୁନିତା ଓ ଶିବ ପ୍ରଧାନଙ୍କ ଦୁଇ ବର୍ଷର ଝିଅ ଝିଲି ପ୍ରଧାନ ଓ 3 ବର୍ଷର ପୁଅ ହେମନ୍ତ ପ୍ରଧାନ ବୋଲି ଜଣାଯାଇଛି । ସୁପରଭାଇଜର ଶକୁନ୍ତଳା ସଏଙ୍କ ନେତୃତ୍ବରେ ୩ ଜଣ ଅଙ୍ଗନବାଡ଼ି କର୍ମୀ ଚମ୍ପା ମହାନ୍ତ, ସବିତା ମହାନ୍ତ ଓ ଗୌରୀ ନାଏକ ସ୍ଥାନୀୟ ବାସିନ୍ଦାଙ୍କୁ ବୁଝାସୁଝା କରିବା ପରେ ସଂପୃକ୍ତ ଅଭିଭାବକ ମାନେ ମେଡ଼ିକାଲ ଆସିବା ପାଇଁ ରାଜି ହୋଇଥିଲେ । ଏବେ ସମସ୍ତ୍ ଶିଶୁ ଓ ମା ଙ୍କୁ ସୁକିନ୍ଦା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରର ପୁଷ୍ଟି ସାଧନ କେନ୍ଦ୍ର ରେ ଭର୍ତ୍ତି କରାଯିବା ପରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ଆରମ୍ଭ ହୋଇଛି ।
ତଳଡିହ ଜୁଆଙ୍ଗ ବସ୍ତିରୁ ୯ ଜଣ ଅପପୃଷ୍ଟି ଶିଶୁ ଉଦ୍ଧାର : ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ରରେ ଭର୍ତ୍ତି !!!

