ଅବକାରୀ ଏଏସଆଇ ସୁଦୀପ୍ତ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଅବକାରୀ ଏଏସଆଇ ସୁଦୀପ୍ତ ଦାସଙ୍କ ଘରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛି l ଏକ ସମୟରେ ଚାରୋଟି ସ୍ଥାନରେ ଚଢ଼ାଉ ଜାରି ରହିଛି l ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଅବକାରୀ ଏଏସଆଇ ଭାବେ କାର୍ଯ୍ୟରତ ଥିବା ସୁଦୀପ୍ତ ଦାସଙ୍କ ନାମରେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସର ଦଶ ଜଣିଆ ଟିମ ଚଢ଼ାଉ ଜାରି ରଖିଛନ୍ତି l ଚାରି ଜଣ ଡ଼ିଏସପି , ଛ ଜଣ ଆଇଆଇସି ଓ ଅନ୍ୟାନ୍ୟ କର୍ମଚାରୀ ବାଲୁଗାଁ ଅବକାରୀ କାର୍ଯ୍ୟାଳୟ, ସୁଦୀପ୍ତ ରହୁଥିବା ଭଡ଼ା ଘର ଓ ନୟାଗଡ଼ର ପୈତୃକ ବାସଭବନ ସହ ଭଡାରେ ଲଗାଇଥିବା ଘରେ ଚଢ଼ାଉ ଜାରି ରଖିଛନ୍ତି l

Leave a Reply

Your email address will not be published. Required fields are marked *