ଟାଟା କମ୍ପାନୀ ପରିସରରେ ଥିବା ଗାଡିରୁ ତେଲ ଚୋରି ଘଟଣାରେ , ଦୁଇ ଯୁବକ ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟାଟା କମ୍ପାନୀ ପରିସରରେ ଥିବା ଗାଡିରୁ ତେଲ ଚୋରି ଘଟଣାରେ , ଦୁଇ ଯୁବକ ଗିରଫ ! କଳିଙ୍ଗନଗର ଥାନା ଅନ୍ତର୍ଗତ ଟାଟା କମ୍ପାନୀ ପରିସରରେ ଥିବା ଗାଡିରୁ ତେଲ ଚୋରି ଘଟଣାରେ କଳିଙ୍ଗନଗର ପୋଲିସ ଆଜି ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ କଳିଙ୍ଗନଗର ସ୍ଥିତ ଟାଟା କମ୍ପାନୀରେ ଉତ୍ତରପ୍ରଦେଶ ହଲଦରପୁର ଅଞ୍ଚଳର 24 ବର୍ଷିୟ ସାଦିକ୍ ଖାଁନ ମେସିନ ଅପରେଟର ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ ମୟୂରଭଞ୍ଜ ରରୁଆନ ଅଞ୍ଚଳର 35 ବର୍ଷିୟ ନବୀନ କୁମାର ବେହେରା ଡ଼୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଦୁଇ ଯୁବକ ଟାଟା କମ୍ପାନୀ ପରିସରରେ ଥିବା ଏକ ଗାଡିରୁ ତେଲ ଚୋରୀ କରୁଥିବା ବେଳେ ଟାଟା କମ୍ପାନୀ ସିକ୍ୟୁରିଟିଙ୍କ ହାବୁଡରେ ପଡ଼ିଥିଲେ । ଟାଟା ସିକ୍ୟୁରିଟି ଦୁଇ ବ୍ୟକ୍ତିଙ୍କୁ ଆଣି କଳିଙ୍ଗନଗର ଥାନାରେ ଜିମା ଦେଇଥିଲେ । କଳିଙ୍ଗନଗର ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ସାକ୍ଷ୍ୟ ପ୍ରମାଣ ଆଧାରରେ ମାମଲା ରୁଜ୍ଜୁ କରି ଦୁଇ ଯୁବକଙ୍କୁ ସୁକିନ୍ଦା ବିଚାର ବିଭାଗୀୟ ଅଦାଲତକୁ ପଠେଇ ଦେଇଛି ।

Leave a Reply

Your email address will not be published. Required fields are marked *