ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ହଜାର ଦିନରେ ହଜାର ଶିଳ୍ପ ନାରା ଦେଇ ୧୯୮୮ ମସିହାରେ ନୟାଗଡ ରେ କୃଷିଭିତ୍ତିକ ଚିନି ଶିଳ୍ପ ପ୍ରତିଷ୍ଠା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ l ନୟାଗଡରେ ଆଖୁଚାଷୀଙ୍କ ପାଇଁ କଂଗ୍ରେସ ସରକାର କରିଥିଲା ଏହି ତାଜମହଲ l ଚିନିକଳ ବହୁ ବର୍ଷ ଚାଲିଲା ପରେ ଏହା ଆଜି ବୁଡି ଯାଇଛି , ଆଉ ଏହି ଚିନିକଳ କୁ ବୁଡେଇଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବି ରଣଜିତ ଦାଶ l ରୁଗ୍ଣ ଚିନିକଳକୁ ନିର୍ବାଚିତ ହେବାର ୭ ଦିନ ପରେ ପୁଣି ଚଲେଇବା ପାଇଁ ୨୦୧୯ ନିର୍ବାଚନରେ ନୟାଗଡ ବାସୀଙ୍କୁ ପ୍ରତିଶୃତି ଦେଇ ଚାଷିକୂଳଙ୍କ ବିଶ୍ୱାସଭାଜନ ହୋଇ ନିର୍ବାଚନ ଜିତିବା ପରେ ଚିନିକଳ ଚଳାଇବା ପରିବର୍ତ୍ତେ ବୁଡାଇ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ବିଧାୟକ l ତତ୍କାଳୀନ ବାଲୁଗାଁ ସରପଞ୍ଚଙ୍କୁ ତଥା ବ୍ଲକ ବିଜେଡ଼ି ସଭାପତିଙ୍କୁ ଲଗାଇ ଚିନିକଳ ବନ୍ଦ କରିବା ପାଇଁ ଧାରଣା ଆନ୍ଦୋଳନ ଚଳାଇଥିଲେ l ଚିନିକଳ କର୍ମଚାରୀ ମହାସଂଘ ଗଠନ କରାଯାଇ କର୍ମଚାରୀଙ୍କୁ ନାନାଦି ହଇରାଣ ହରକତ କରି ଚିନିକଳ ବନ୍ଦ କରାଯାଇଥିଲା l ତା ପରଠାରୁ ଚିନିକଳ ଯନ୍ତ୍ରଂଶ ଚୋରି ପ୍ରକ୍ରିୟା ଜାରି ରହିଛି l ଚିନିକଳ ବାସ୍ତବ ସ୍ଥିତି ପରଖିବା ପାଇଁ ଯାଇଥିବା ବେଳେ ଦେଖାଯାଇଛି , ଆଉ କୌଣସି ଯନ୍ତ୍ରଂlଶ ସେଠାରେ ନାହିଁ, ସବୁ ଚୋରି ହୋଇ ଗଲାଣି l ପ୍ରତିଦିନ ପ୍ରାୟ ୨୦ ଜଣ ଜେନେରେଟର କଟର ଲଗାଇ ମୂଲ୍ୟବାନ ଯନ୍ତ୍ର୍ରାନ୍ସ ଚୋରି କରି ନେଇଯିବା ପରେ ଏବେ ବଡ଼ବଡ଼ ଲୁହା ଖଣ୍ଡ କୁ ମଧ୍ୟ କାଟି ନିଆଯାଉଛି l ଚିନିକଳ ସୁରକ୍ଷା ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଜିଲ୍ଲପାଳ ଏବଂ ଏସପି ଙ୍କୁ ସୁରକ୍ଷା ଦାୟିତ୍ୱ ଦେଇଥିଲେ ! କିନ୍ତୁ ସୁରକ୍ଷା ଅଭାବରୁ ଖୋଲାଖୋଲି ଚୋରି ହୋଇ ଚାଲିଛି l ଆଗରୁ ନୟାଗଡ ଚିନିକଳରେ ବାର୍ଷିକ ଦେଢ଼ଲକ୍ଷ ଟନ ଅଖୁ ପେଡା ଯାଉଥିଲା l ଆଖୁଚାଷୀ, ପରିବହନ କର୍ମଚାରୀ, ଚିନିକଳ କର୍ମଚାରୀ ଏମିତି ପ୍ରାୟ ୧୦ ହଜାର ପରିବାର ଏଇ ଚିନିକଳ ରୁ ରୋଜଗାର ପାଉଥିଲେ କିନ୍ତୁ ଚିନିକଳ ବନ୍ଦ ପାଇଁ ସମସ୍ତେ ରୋଜଗାର ହରାଇଛନ୍ତି ବୋଲି କଂଗ୍ରେସ କହିଛି l
ନୟାଗଡ ଚିନିକଳ କୁ ବୁଡେଇଦେଲେ ଅରୁଣ : ନୟାଗଡ କଂଗ୍ରେସ !!!

