ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଆମ୍ପୋଳବା ତଇଲାସାହିରେ ଅସହାୟ ବିପଦପୂର୍ଣ୍ଣ ଅବସ୍ଥାରେ ଦମ୍ପତି । ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଗବିବ ଲୋକମାନଙ୍କ ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି l ଯୋଜନାରେ ଖର୍ଚ ହେଉଛି କୋଟି କୋଟି ଟଙ୍କା l କେହି ରହିବେନି କଚା ଘରେ ସମସ୍ତଙ୍କୁ ମିଳିବ ପକା ଘର l ତେବେ ସାମନାକୁ ଆସିଛି ଅସହାୟ ଦମ୍ପତିଙ୍କ କରୁଣ ଅବସ୍ଥା ! ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଆମ୍ପୋଳବା ଗ୍ରାମପଞ୍ଚାୟତ ତଇଲାସାହି ଗ୍ରାମରେ l ଆମ୍ପୋଳବା ତଇଲାସାହି ଗ୍ରାମର 73 ବର୍ଷୀୟ କ୍ରୀତନ ଚରଣ ନାୟକ ଓ ତାଙ୍କ ସ୍ତ୍ରୀ ନଳିନୀ ନାୟକ ଖଣ୍ଡିଏ ପାଲ ମରା ଘର ଭିତରେ ବିପଦପୂର୍ଣ୍ଣ ଅବସ୍ଥାରେ କଟୁଛି ଜୀବନ l ଲଘୁଚାପ ଜନିତ ପ୍ରବଳ ବର୍ଷାରେ ବୃଦ୍ଧା ଦମ୍ପତିଙ୍କ ଘରର ଗୋଟିଏ ପାର୍ଶ୍ଵ ନଷ୍ଟ ହେବା ସହିତ ଘର ଖୁଣ୍ଟ ନଷ୍ଟ ହୋଇଯାଉଛି । ଭଙ୍ଗା ଘରକୁ କଳା ପଲିଥିନ ତଳେ ବିତୁଛି ଜୀବନ କଣ ବା କରିବେ କ୍ରୀତନଙ୍କ ଦେହ ଖରାପ ଯୋଗୁ ଆଉ ରୋଜଗାର କରିପାରୁନାହାନ୍ତି । ତାଙ୍କ ସ୍ତ୍ରୀ ସ୍କୁଲରେ ପାଚିକା ହେଲପର ଭାବେ ଯାହା କାମକରି ଟଙ୍କା ଆଣନ୍ତି ଔଷଧ କୁ ଘର ଖର୍ଚ୍ଚ ପାଇଁ ନିଅଣ୍ଟ ଘର କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅସହାୟ ବୃଦ୍ଧା l ଘରର ଖୁଣ୍ଟ ସବୁ ଭାଙ୍ଗି ଗଲାଣି, ସେହି କଳା ପାଲ ମଧ୍ୟ ଚିରିଗଲାଣି କେତେବେଳେ କଣ ଅଘଟଣ ଘଟି ପାରେ l ଏବିଷୟରେ ବୃଦ୍ଧା ଦମ୍ପତି ବ୍ଲକ ପ୍ରଶାସନ ଠୁ ଆରମ୍ଭ କରି ଜନପ୍ରତିନିଧି ସରପଞ୍ଚ, ୱାର୍ଡମେମ୍ବର କୁ ଘର ଖଣ୍ଡେ ପାଇଁ ଯେତେ ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଅସହାୟ ବୃଦ୍ଧା ଦମ୍ପତି ଓ ଗ୍ରାମବାସୀ l
ଆମ୍ପୋଳବା ତଇଲାସାହିରେ ଲଘୁଚାପ ବର୍ଷାରେ ଘର ସଂପୂର୍ଣ୍ଣ ନଷ୍ଟ : ବିପଦପୂର୍ଣ୍ଣ ଅବସ୍ଥାରେ ଦମ୍ପତି !!!

