ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିର ବରିଷ୍ଠ କଳାକାର ନରସିଂହ ଖୁଣ୍ଟିଆ ଙ୍କ ବିୟୋଗ ରେ ସ୍ଥାନୀୟ କରଣ ସାହି ସ୍ଥିତ ବିଜୟ କ୍ଳବ୍ ପରିସରରେ ଏକ ସ୍ମୁତିଚାରଣ ଶୋକସଭା ଆୟୋଜିତ ହୋଇଯାଇଛି ! କ୍ରିଏଟିଭ ଆର୍ଟସ ସଭାପତି ନୃସିଂହ ଚରଣ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭା ରେ ଅନୁଷ୍ଠାନ ର ସଂପାଦକ ମନୋଜ ପାଢ଼ୀ ଙ୍କ ସମେତ ବହୁ ମଞ୍ଚ କଳାକାର ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୁତିଚାରଣ କରିଥିଲେ ! ସ୍ୱର୍ଗତ ଖୁଣ୍ଟିଆ ଜଣେ ମିଷ୍ଟଭାଷୀ ବ୍ୟକ୍ତି ତଥା ମଞ୍ଚ କଳାକାର ଥିଲେ, ବିଶେଷ କରି ସେ ସବୁବେଳେ ମଞ୍ଚ ର ନେପଥ୍ୟ ରେ ରୂପସଜ୍ଜା ମାଧ୍ୟମ ରେ ନିଜର ନିପୂଣ ପ୍ରତିଭା କୁ ପ୍ରସ୍ଫୁଟିତ କରୁଥିଲେ । ପ୍ରତିବର୍ଷ ପାରଳା ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ମଞ୍ଚ ପରିଚାଳନା ରେ ଗୁରୁତ୍ଵପୁର୍ଣ୍ଣ ଭୂମିକା ନିଭାଉଥିଲେ, ତରଙ୍ଗରଙ୍ଗ ନାଟ୍ୟ ଅନୁଷ୍ଠାନ ସହ ମଧ୍ୟ ସେ ବହୁ ନାଟକ ରେ ସେ ଅଭିନୟ କରିଥିଲେ, ଅନେକ ଜିଲ୍ଲା ସ୍ତରୀୟ, ରାଜ୍ୟ ସ୍ତରୀୟ ଓ ବହୁଭାଷୀ ଜାତୀୟ ନାଟକ ପ୍ରତିଯୋଗୀତା ଗୁଡ଼ିକ ରେ ରୂପସଜା ସହ ମଞ୍ଚ ପରିଚଳନା କରିଥିଲେ, ତାଙ୍କ ବିୟୋଗ ପାରଳା ନାଟ୍ୟ ଜଗତ ରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଥିବା ବେଳେ ଆଗମୀ ଦିନରେ ସ୍ୱର୍ଗତ ଖୁଣ୍ଟିଆ ଙ୍କ ସ୍ମୁତି ସଂଧ୍ୟା ଆୟୋଜନ କରିବା ପାଇଁ ପ୍ରସ୍ତାବ ସହ ସଭା ସାଙ୍ଗ ହୋଇଥିଲା । କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଆଦର୍ଶ ଦାସ, ଅର୍ଜୁନ ନାୟକ, ଜଟିଆ ଗୌଡ, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ହର ପ୍ରସାଦ ତ୍ରୀପାଠୀ, ମାତଙ୍ଗିନୀ ଗୁରୁ, କିଶୋର ଦାସ, ଜ୍ଞାନ ରଂଜନ ଦାସ, ହରିହର ପଟନାୟକ, ଶିବ ପ୍ରଧାନ, ସତ୍ୟ ପଡ଼ିୟାରୀ, ମୋହନ ରାଓ, ବାଳକୃଷ୍ଣ ପାଣିଗ୍ରାହି, କିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ !
ମଞ୍ଚ କଳାକାରଙ୍କ ବିୟୋଗ ରେ ସ୍ମୃତିଚାରଣ ସଭା !!!

