କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ଗ୍ରାମ ପଞ୍ଚାୟତ ଲେମ୍ବେରୀ ଗ୍ରାମ ରେ ” ମୋ ଦେଶ ମୋ ମାଟି “କାର୍ଯ୍ୟକ୍ରମ ଆୟୋଜିତ ! ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ଅଜୟ କୁମାର ସ୍ବାଇଁଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସାରା ଭାରତରେ ଏହି କାର୍ଯ୍ୟକ୍ରମରେ କୋଟି କୋଟି ଜନସାଧାରଣ ସାମିଲ ହୋଇଛନ୍ତି । ଦେଶର ପ୍ରତିଟି ଗ୍ରାମରୁ ଏହି ଅମୃତ ମାଟି ସଂଗ୍ରହ ଅଭିଯାନ ଆଧ୍ୟାତ୍ମିକ ବାତାବରଣ ମାଧ୍ୟମରେ କରାଯାଇ ଦିଲ୍ଲୀରେ ଏକ ବିଶାଳ ଔଷଧୀୟ ଉଦ୍ଯାନ ” ଅମୃତ ବାଟିକା ” ସୃଷ୍ଟି କରାଯିବ। କାର୍ଯ୍ୟକ୍ରମ ଆଧାରରେ ସ୍ବାଭିମାନ ଭାରତ ଗଠନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଆହ୍ୱାନ ବୋଲି ଗାଁ ଦାଣ୍ଡରେ ପ୍ରଚାର ପ୍ରସାର ମାଧ୍ୟମରେ ବାର୍ତ୍ତା ପ୍ରଦାନ କରାଯାଇଛି । ଗ୍ରାମର ମଠ, ମନ୍ଦିର , ଆଧ୍ୟାତ୍ମିକ ଓ ଧାର୍ମିକ ଅନୁଷ୍ଠାନ ତଥା ପ୍ରତି ପରିବାରର ଦୁଆରର ମାଟି ଏକ କଳସ ଦ୍ବାରା ସଂଗ୍ରହ କରି ଦିଲ୍ଲୀକୁ ପଠାଇ ଆମ ଅଞ୍ଚଳର ଭାଗିଦାରୀ ସୃଷ୍ଟି କରିବା କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ। ” ମୋ ଦେଶ ମୋ ମାଟି ” କାର୍ଯ୍ୟକ୍ରମରେ ଅଞ୍ଚଳର ଅନେକ ମାନ୍ଯଗଣ୍ଯ ବ୍ଯକ୍ତି, ସମାଜସେବୀ, କୃଷକ, ମାତୃମଣ୍ଡଳୀ ସାମିଲ ହୋଇ ମାଟି ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୃସିଂହ ପ୍ରଧାନ, ହୃଷିକେଶ ପାଇକରାୟ, ପ୍ରମୋଦ କୁମାର ନାୟକ, ସୁରେନ୍ଦ୍ର ବିଶ୍ବାଳ, ସମାଜସେବୀ ପଦ୍ମଲୋଚନ ନାୟକ, ମଦନମୋହନ ରାଉତ, ସିଦ୍ଧେଶ୍ବର ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ ।