କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଅନ୍ତର୍ଗତ ଝିରିପାଣିଠାରୁ ରାୟଗଡା ଜିଲାର ଅମ୍ବାଦଳାକୁ ସଂଯୋଗ କରୁଥିବା ରାସ୍ତାର ବରଗୁଡ଼ା ଛକଠାରେ ଶୁକ୍ରବାର କିଛି ହାତଲେଖା ମାଓବାଦୀ ପୋଷ୍ଟର ପଡିଥିବା ଦେଖାଯାଇଛି । ସେଥିରେ ସେପ୍ଟେମ୍ବର ୨୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ଗଣତାନ୍ତ୍ରିକ ବିପ୍ଳବ ସପ୍ତାହକୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି । ସେହିପରି ଜନସାଧାରଣ ନୂଆ ଗଣତାନ୍ତ୍ରିକ ବିପ୍ଳବରେ ଯୋଗ ଦେବା, ୯୦% ଶୋଷିତ ଜନତାଙ୍କୁ ମୁକ୍ତ, ଜଳ, ଜମି, ଜଙ୍ଗଲର ଅଧିକାର ପାଇଁ ଶସସ୍ତ୍ର ବର୍ଗ ସଂଘର୍ଷ କରିବାକୁ ପୋଷ୍ଟରରେ ଲେଖାଯାଇଛି। ତଳେ ସିପିଆଇ ମାଓବାଦୀ (ବା.ଘୁ.ନା. ଡିଭିଜନ) ବୋଲି ଉଲ୍ଲେଖ ରହିଛି । ଯାହାକୁ ନେଇ ଝିରିପାଣି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।