ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ଅଭୟପୂର ଗ୍ରାମରେ ଓଳିଆ ଗ୍ରାମପଞ୍ଚାୟତ ତରଫରୁ ନିଶା ନିବାରଣ ଅଭିଯାନ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ସରପଞ୍ଚ ସିଦ୍ଧେଶ୍ୱର ସଏଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ଅଞ୍ଚଳର ବହୁ ମହିଳା ଅଭୟପୂର ଗ୍ରାମରେ ନିଶା ନିବାରଣ ଅଭିଯାନ କରିଥିଲେ ! ମହିଳା ମାନେ ପଦଯାତ୍ରା ମାଧ୍ୟମରେ ଅଭୟପୂର ଗ୍ରାମରେ ବୁଲି ନିଶା ନିବାରଣ ଉଦ୍ଦେଶ୍ୟରେ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତ କରାଇଥିବା ଦେଖିବାକୁ ମିଳିଥିଲା ।
ଅଭୟପୁର ଗ୍ରାମରେ ନିଶା ନିବାରଣ ଅଭିଯାନ ଅନୁଷ୍ଠିତ !!!

