ସୁସ୍ଥ ସମାଜ ଗଠନର ସୃଜନଶୀଳ ସ୍ରଷ୍ଟା : ବିଶିଷ୍ଟ ଶିକ୍ଷାବିତ୍ ତ୍ରିଲୋଚନ ବାଗ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ତ୍ରିଲୋଚନ ଗୁରୁଜୀ ଆମ ଆଦର୍ଶ, ଜନ ଚେତନାର ପ୍ରତୀକ ଆଉ ସମାଜର ମାର୍ଗ ଦର୍ଶକ । ପିତା ଗାନ୍ଧୀବାଦୀ ସ୍ୱର୍ଗତ ଇଶ୍ୱର ବାଗ, ମାତା ଧର୍ମପ୍ରାଣା ମଙ୍ଗଳା ଦେବୀଙ୍କ କୋଳ ମଣ୍ଡନ କରି ୧୯୫୩ ମସିହାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଜୟନ୍ତପୁରରେ ଜନ୍ମ ଗ୍ରହଣ କରିଛନ୍ତି । ୧୯୭୫ ରୁ ଶିକ୍ଷାଦାନ ଆରମ୍ଭ କରି ୨୦୧୧ ମସିହାରେ ଅବସର ଗ୍ରହଣ କରିଛନ୍ତି । ଅବସର ପରେ ନିଜ ଅଂଚଳରେ ସମାଜସେବା, ଯୁବ ସଚେତନତା, ଗ୍ରାମର ତଥା ଆଖପାଖ ଅଂଚଳର କଳାର ବିକାଶ, ଗ୍ରାମାଂଚଳ ପିଲା ମାନଙ୍କୁ ମାଗଣାରେ ଶିକ୍ଷାଦାନ କରାଇବା, ଅସହାୟ ତଥା ମାନସିକ ଓ ଶାରୀରିକ ଅନଗ୍ରସ ଲୋକଙ୍କୁ ସେବା ସହାୟତା ପ୍ରଦାନ ଆଦି ଅନେକ ଜନ ମଙ୍ଗଳ କାର୍ଯ୍ୟରେ ସେ ନିଜର ସମୟ ଦେଇ ଖୁବ୍ ସୁନ୍ଦର କାର୍ଯ୍ୟ କରି ଚାଲିଛନ୍ତି ଯାହାର କଳନା ନାହିଁ । ଶିକ୍ଷକତା ସମୟରେ ତାଙ୍କ ପାଠ ପଢାଇବା ଶୈଳୀ ସଂପୂର୍ଣ୍ଣ ନିଆରା । ବିଦ୍ୟାର୍ଥୀ ମାନଙ୍କର ଚରିତ୍ର ଗଠନ,ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳିର ପୂର୍ଣ୍ଣ ବିକାଶ ସାଧନ,ଆଦର୍ଶ ବିଦ୍ୟାର୍ଥୀ ନିର୍ମାଣକୁ ଲକ୍ଷ୍ୟକରି ସେ ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ବିଦ୍ୟାର୍ଥୀ ମାନଙ୍କୁ ଦକ୍ଷ କରାଇଛନ୍ତି । ସେ ତ୍ରିଲୋଚନ ପାଠାଗାର, ତ୍ରିଲୋଚନ ଚାରିଟେବୁଲ୍ ଟ୍ରଷ୍ଟ ଗଠନ କରିଛନ୍ତି । ପ୍ରଚାର ପ୍ରସାର ଠାରୁ ବହୁ ଦୂରରେ ଥିବା ଏହି ନୀରବ ସାଧକ,ବାସ୍ତବ କର୍ମୀ ଯୁଗସ୍ରଷ୍ଟା ଜଣକ ସବୁବେଳେ ସେବା, ଛାତ୍ରଛାତ୍ରୀ ମାନଙ୍କ ଉତ୍ତରୋତ୍ତର ଉନ୍ନତି, ପୂର୍ଣ୍ଣ ବିକାଶ ଦିଗରେ ସଦା ସର୍ବଦା ଗବେଷଣାରତ । ଉଲ୍ଲେଖନୀୟ କୃତିତ୍ୱ ନେଇ ସେ ମହାମହିମ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ ଓ ରାଜ୍ୟପାଳ ଶ୍ରୀ ଗୋପାଳ ରାମାନୁଜମଙ୍କ ଦ୍ବାରା ପୁରସ୍କୃତ ଏଵଂ ଅନେକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ ।

Leave a Reply

Your email address will not be published. Required fields are marked *