ଆନ୍ତର୍ଜାତିୟ ବରିଷ୍ଠ ନାଗରିକ ଦିବସ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ୧୯୬୬ ମସିହାରୁ ମୁଁ ନୟାଗଡ଼ରେ ରହି ଆସୁଛି । ନୟାଗଡ଼ର ପ୍ରତିଟି ପରିବର୍ତ୍ତନକୁ ମୁଁ ଆଖି ଆଗରେ ଦେଖିଛି । ନୟାଗଡ଼ର ଅଭିବୃଦ୍ଧି ୮୦ ଗୁଣ ବୃଦ୍ଧି ପାଇଛି । କେବଳ ଅରୁଣ ସାହୁଙ୍କ ପାଇଁ ନୟାଗଡ଼ର ଏଭଳି ପରିବର୍ତ୍ତନ ହୋଇଛି । ୨୦୧୦ ମସିହାରେ ବରିଷ୍ଠ ନାଗରିକଙ୍କୁ ନେଇ ନୟାଗଡ଼ରେ ଏଲଡର୍ସ ଭିଜନ୍ ଆଣ୍ଡ ଆକ୍ସନ ଗ୍ରୃପ ସେ ଗଠନ କରିଥିଲେ । ବୟସ୍କ ବ୍ୟକ୍ତିମାନେ ସମାଜର ପ୍ରତ୍ୟେକ କାର୍ଯ୍ୟରେ ସାମିଲ ହେବା ଅରୁଣଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଆଜି ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱନାଥ ସାହୁ କହିଛନ୍ତି । ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିୟ ବରିଷ୍ଠ ନାଗରିକ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଯୁକ୍ତ ସାହୁ ତାଙ୍କ ମତ ରଖିଛନ୍ତି । ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତି କରଣ ବିଭାଗ, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ, ଏଲଡର୍ସ ଭିଜନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ନୟାଗଡ଼ ସ୍ଵୟଂ ଶାସିତ ମହାବିଦ୍ୟାଳୟ ଡାଇମଣ୍ଡ ଜୁବୁଲି ହଲରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ରହିଥିଲେ । ନୟାଗଡ଼ରେ ଦୁଇଟି ନୂତନ ବ୍ୟାଟେରୀ ଚାଳିତ ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ଅତିଥି ନୟାଗଡ଼ ବିଧାୟକ ଡ. ସାହୁ କହିଥିଲେ । ଅନେକ ଉଦାହରଣ ଦେଇ ବୃଦ୍ଧାଶ୍ରମର ଆବଶ୍ୟକତା ସଂପର୍କରେ କହିଥିଲେ । ବାପା ଓ ମାଆଙ୍କୁ ହତାଦର କରୁଥିବା ଶିକ୍ଷିତ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ କିଭଳି ପରିବର୍ତ୍ତନ ହେବେ ସେ ନେଇ ମତ ରଖିଥିଲେ । କୌଣସି ସ୍ଥାନରେ ବରିଷ୍ଠ ନାଗରିକଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀ ସେବା ଯୋଗାଇଥିଲେ ।

Leave a Reply

Your email address will not be published. Required fields are marked *