ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୬୯ ତମ “ବନ୍ୟପ୍ରାଣୀ ସପ୍ତାହ” ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଗିରି ଠାରେ ବନବିଭାଗ ଦ୍ବାରା ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ନାୟକ କହିଥିଲେ ପରିବେଶ ସନ୍ତୁଳନ ସକାଶେ ଜୀବଜନ୍ତୁ ଓ ପ୍ରାଣୀଙ୍କ ଉପସ୍ଥିତି ଅପରିହାର୍ଯ୍ୟ । ମୂଖ୍ୟ ଅତିଥି ଭାବରେ ଫ୍ରିଡ଼ମର ତ୍ରିନାଥ ବିଷୋୟୀରତ୍ନ ଏବଂ ଧନୁର୍ଦ୍ଧର ରଇତ ଗୀତ ବ୍ୟକ୍ତବ୍ୟ ମାଧ୍ୟମରେ ନିରୀହ ବନ୍ୟପ୍ରାଣୀଙ୍କ ଉପରେ ଦୟାଶୀଳ ହେବା ଉଚିତ୍ ବୋଲି ବାର୍ତ୍ତା ପ୍ରଦାନ କରିଥିଲେ । ଚନ୍ଦ୍ରଗିରି ବନପାଳ ସନ୍ତୋଷ କୁମାର ରଥ ବନ୍ୟପ୍ରାଣୀ ସଂରକ୍ଷଣ ଉପରେ ଆଲୋକପାତ କହିଥିଲେ । ବନରକ୍ଷୀ ସୁଧାକର କଣ୍ଡାଲୁ, ମନସ୍ବିନୀ ମାଦଳା, ସୌଦାମିନୀ ପଟ୍ଟନାୟକ ପାରିପାର୍ଶ୍ବିକ ପରିସ୍ଥିତରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ, ବଂଶବୃଦ୍ଧି ଓ ତାଙ୍କର ସୁରକ୍ଷାକୁ ନେଇ ଏହି ବନ୍ୟପ୍ରାଣୀ ସପ୍ତାହର ମୂଳ ଉଦ୍ଦେଶ୍ୟ ବୋଲି ମତବ୍ଯକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ କୁମ୍ଭ, ଭି. ଉମାକାନ୍ତ, ଛଇଳ ସେଠୀ, ରିଙ୍କୁ ରାଓ ଏବଂ ଶ୍ରୀମତୀ ପଙ୍କଜିନୀ ଭୂମାଲ, ଶୁଭଶ୍ରୀ, କମଳୁନୀ ପ୍ରଭୃତି ଜଙ୍ଗଲ ବଞ୍ଚିଲେ ବନପ୍ରାଣୀ ବଞ୍ଚିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ଲଳିତ ମୋହନ ମିଶ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରୀ , କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବନବିଭାଗ କର୍ମଚାରୀ ଯୋଗଦାନ କରି ବନ୍ୟପ୍ରାଣୀ ସୁରକ୍ଷା ଓ ଜୈବ ବିବିଧତା ସଚେତନତାର ବାର୍ତ୍ତା ଦେଇଥିଲେ ।