ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଅନନ୍ୟା ଫାଉଣ୍ଡେନ ର ସଦସ୍ୟ ମାନେ ସମ୍ବାଦର ନୂତନ ସମ୍ପାଦିକା ତନୟା ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ସଦସ୍ୟ ମାନେ ଭୁବନେଶ୍ୱର ସ୍ବସ୍ତି ହୋଟେଲରେ ତନୟା ପଟ୍ଟନାୟକଙ୍କୁ ଭେଟିଥିଲେ ଓ ତନୟା ପଟ୍ଟନାୟକ ନୂତନ ଭାବେ ଗ୍ରହଣ କରିଥିବା ପଦବୀ ପାଇଁ ସଦସ୍ୟ ମାନେ ଖୁସି ବ୍ୟକ୍ତ କରିଥିଲେ । ସଦସ୍ୟ ମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ । ତନୟା ପଟ୍ଟନାୟକଙ୍କ ପ୍ରତି ଅନନ୍ୟା ପରିବାରର ଥିବା ଅନାବିଳ ସ୍ନେହ ପାଇଁ ତନୟା ପଟ୍ଟନାୟକ ମଧ୍ୟ ଖୁସି ବ୍ୟକ୍ତ କରିଥିଲେ । ପରେ ସଦସ୍ୟ ମାନେ ସମ୍ବାଦର ୪୦ ବର୍ଷ ପୂର୍ତ୍ତି ଅବସରରେ ସ୍ବସ୍ତି ପ୍ରିମିୟମ ହୋଟେଲରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ସିଂ ଠାକୁର ଯୋଗ ଦେଇଥିଲେ ।
ତନୟାଙ୍କୁ ଶୁଭେଚ୍ଛା ଜଣାଇଲା ଅନନ୍ୟା ଫାଉଣ୍ଡେସନ !!!

