ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି ଜିଲ୍ଲାରେ ସରକାରଙ୍କର ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ବୁଲି ଦେଖିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ଅଧ୍ୟକ୍ଷ, ଜିଲ୍ଲାପରିଷଦ,ଗଜପତି ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକ ଗଜପତି ଜିଲ୍ଲାର କିପରି କାର୍ଯ୍ୟକାରୀ ହେଉଛି ସେ ବିଷୟରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ, ଗଜପତି ଓ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ ବିଭିନ୍ନ ପ୍ରକଳ୍ପ ବିଷୟରେ ଅବଗତ କରାଇଥିଲେ । ସେହିପରି ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଇଂ.ଦେବାଶିଷ ପଟ୍ଟନାୟକ, ଓ ଉପାଧ୍ୟକ୍ଷା ଶ୍ରୀମତୀ ବିଷ୍ଣୁପ୍ରିୟା ବେହେରା ନିଜ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ଦ୍ଵାରା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ। ଗଜପତି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକର ଜନସାଧାରଣ ଲାଭବାନ ହୋଇ ପାରୁଛନ୍ତି , ଏଣୁ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟ ହୋଇ ପାରୁଥିବାରୁ ଗଜପତି ଜିଲ୍ଲା ପ୍ରଶାସନକୁ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସମସ୍ତ ସଭ୍ୟ ସଭ୍ୟା ଖୁସି ବ୍ୟକ୍ତ କରିଥିଲେ । ଆଜିର ଏହି ଗସ୍ତରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଓଡିଶା ଜୀବିକା ମିଶନ ଅଧିନରେ ହେଉଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହିତ ଗଣ୍ଡହାତୀ, ମହେନ୍ଦ୍ରଗଡ଼, ଚନ୍ଦ୍ରଗିରି ଓ ଜୀରାଙ୍ଗ ପ୍ରାର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହିତ ବିଭିନ୍ନ ଗ୍ରାମରେ ମଧ୍ୟ ବୁଲି ଦେଖିଥିଲେ । ଏହି ଗସ୍ତ ସମୟରେ ଶ୍ରୀମତୀ ନିର୍ମଳା ସେଠୀ, ଅଧ୍ୟକ୍ଷା, ପୌର ପରିଷଦ ,ପାରଳାଖେମୁଣ୍ଡି,ଅତିରିକ୍ତ ଉନ୍ନୟନ ଅଧିକାରୀ ଶ୍ରୀ ନୀଳମାଧବ ମାଝୀ, ଗଜପତି ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।
ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ସଭ୍ୟ ସଭ୍ୟା ଙ୍କ ଗଜପତି ଜିଲ୍ଲା ପରିଦର୍ଶନ !!!

