ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ୬୯ ତମ ଜିଲ୍ଲା ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ !!!

0
220

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ୬୯ ତମ ଜିଲ୍ଲା ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରମାକାନ୍ତ ପଣ୍ଡା, ୱାଇଲ୍ଡ ଲାଇଫ ବନଖଣ୍ଡ ଅଧିକାରୀ ଫାଲ୍‌ଗୁନି ସାରଥୀ ମଲ୍ଲିକ, ସିଡିଭିଓ, ଜିଲ୍ଲା କୃଷି ଅଧିକାରୀ, ଏସିଏଫ ଶ୍ଵେତଲିନା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ୱାଇଲ୍ଡ ଲାଇଫର ଏସିଏଫ ଶୁଭଦର୍ଶିନୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ । ଅକ୍ଟୋବର ୨ ରୁ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇ ଆସୁଛି । ଏହା ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀ ସାହୁ ବନ୍ୟ ଜନ୍ତୁର ସୁରକ୍ଷା ପାଇଁ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ରହିଛି ବୋଲି ବକ୍ତବ୍ୟ ରଖିଥିଲେ । ଜଙ୍ଗଲକୁ ସୁରକ୍ଷା ଦେଲେ ଜନ ବସତିକୁ ବନ୍ୟ ପ୍ରାଣୀ ମାନେ ଆସିବେ ନାହିଁ ବୋଲି ବକ୍ତବ୍ୟ ରଖବା ସହ ନୟାଗଡ଼ ଜିଲ୍ଲାର ୩୮ ଭାଗ ଜଙ୍ଗଲ ଅଞ୍ଚଳ ରହିଛି ବୋଲି ଜିଲ୍ଲାପାଳ ବକ୍ତବ୍ୟ ରଖିଥିଲେ । ଏବେବି ନୟାଗଡ଼ ଜିଲ୍ଲାର ୫୫ ଗୋଟି ହାତୀ ରହିଛନ୍ତି । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ବନ୍ୟଜନ୍ତୁ ଅପରାଧ ରୋକିବା ଉପରେ ଏସଟିଏଫ ର ସାରା ଭାରତ ବର୍ଷରେ ସୁନାମ ରହିଛି ବୋଲି ପ୍ରକାଶ କରିଥିଲେ । ଦିନକୁ ଦିନ ୱାଇଲ୍ଡ ଲାଇଫ ଅପରାଧ ବଢ଼ୁଥିଲେ ମଧ୍ୟ ସେଥିପ୍ରତି ସମସ୍ତ ବିଭାଗ ସଜାଗ ଅଛନ୍ତି ବୋଲି ଶ୍ରୀ ଜୈନ ପ୍ରକାଶ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବନ୍ୟ ଜନ୍ତୁ ସୁରକ୍ଷାରେ ସଫଳ ଭୂମିକା ଗ୍ରହଣ କରିଥିବା ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବନ୍ୟ ଜନ୍ତୁ ସୁରକ୍ଷା ନିମନ୍ତେ ଏକ ଶପଥ ପାଠ କରାଯାଇଥିଲା । ଉପସ୍ଥିତ ସମସ୍ତ ଅଧିକାରୀ ମାନେ ବନ୍ୟ ଜନ୍ତୁ ସୁରକ୍ଷା ନିମନ୍ତେ ଶପଥ ପାଠ କରିଥିଲେ ।

LEAVE A REPLY

Please enter your comment!
Please enter your name here