ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ପାରଳାଖେମୁଣ୍ଡି ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କର ପବିତ୍ର ଜନ୍ମଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ମାତୃଭାଷା ଆଚାର୍ଯ୍ୟ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମ୍ବନ୍ଧରେ ସମ୍ୟକ ଭାବେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଗୋପବନ୍ଧୁ ଙ୍କର ନୀତି ଆଦର୍ଶକୁ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ଶିଶୁ ମନ୍ଦିର ପକ୍ଷରୁ ସେବା ଦିବସ ଭାବେ ପାଳନ କରାଯାଇଥାଏ ! ସ୍ଥାନୀୟ ହସପିଟାଲର ରୋଗୀ ମାନଙ୍କୁ, କୁଷ୍ଠାଶ୍ରମର ରୋଗୀ ମାନଙ୍କୁ ଓ ଅନାଥାଶ୍ରମର ଅନ୍ତେବାସୀ ମାନଙ୍କୁ ଛାତ୍ରଛାତ୍ରୀ ଙ୍କ ଜରିଆରେ ଫଳ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ନେତୃତ୍ୱରେ ତଥା ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ହୋଇଥିଲା ।
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଗୋପବନ୍ଧୁ ଜୟନ୍ତୀ ପାଳିତ !!!

