ଗଜପତି ( ଆୱାଜ ମିଡିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ, ଗଜପତି ଜିଲ୍ଲା ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବିଭାଗରେ କାର୍ଯ୍ୟରତ ଅମଲା ମାନେ ଯୋଗଦାନ କରିଥିଲେ । ବୈଠକରେ ଅଧ୍ୟକ୍ଷ ପ୍ରସାଦ କୁମାର ପାତ୍ର, ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଗଜପତିର ସଭାପତି କୁର୍ମନାଥ ରଥ, ଓଡିଶା ଅମଲା ସଂଘ ଗଜପତି ର ଅଧ୍ୟକ୍ଷ ଶଙ୍କରଲାଲ ସୋରେନ, ଓଡିଶା ଅମଲା ସଂଘ ଗଜପତି ର ସଭାପତି ସୁନିଲ୍ କୁମାର ପାଣିଗ୍ରାହୀ, ଓଡିଶା ଟ୍ରେଜେରି ଅମଲା ସଂଘ ଗଜପତି ର ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ, ଓଡିଶା ଅମଲା ସଂଘ ଗଜପତି ର ସଭାପତି ସୁଶ୍ରୀ ସନ୍ଧ୍ୟାରାଣୀ ଶବର ଏବଂ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଗଜପତି ପ୍ରମୁଖ ମଞ୍ଚାସୀନ ଥିବାବେଳେ ବୈଠକକୁ ଶିବ ପ୍ରସାଦ ପଣ୍ଡା ପରିଚାଳନା କରିଥିଲେ । ସର୍ବପ୍ରଥମେ ଓଡିଶା ଅମଲା ସଂଘ ଗଜପତି, ସଭାପତି କୁର୍ମନାଥ ରଥ ଉପସ୍ଥିତ ସମସ୍ତ ସଦସ୍ୟ ବୃନ୍ଦଙ୍କୁ ସ୍ବାଗତ ଜଣାଇ ସରକାରଙ୍କ ଦ୍ୱାରା ଦାବି ପୂରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ଉପରେ ସମ୍ଯକ ସୁଚନା ପ୍ରଦାନ କରିଥିଲେ । ଏହା ପରେ ମନୋରଞ୍ଜନ ପଟ୍ଟନାୟକ, ଶଙ୍କରଲାଲ ସୋରେନ, ସୁନିଲ୍ କୁମାର ପାଣିଗ୍ରାହୀ ଏବଂ ସୁଶ୍ରୀ ସନ୍ଧ୍ୟାରାଣୀ ଶବର ପ୍ରମୁଖ ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ନିଜ ନିଜର ଆଭିମୁଖ୍ଯ ରଖିବା ସହିତ ସୋସିଆଲ୍ ମିଡିଆରେ ଅତ୍ୟନ୍ତ ସଂଯମତାର ସହିତ ମତାମତ ରଖିବା ପାଇଁ ଅନୁରୋଧ କରିଥିଲେ । ତତପଶ୍ଚାତ ପ୍ରସାଦ କୁମାର ପାତ୍ରଙ୍କ ଅନୁମତି କ୍ରମେ ଶ୍ରୀ ପଣ୍ଡା ଉପସ୍ଥିତ ସଦସ୍ୟ ବୃନ୍ଦ ଙ୍କୁ ନିଜ ନିଜର ମତାମତ ରଖିବା ପାଇଁ ଅନୁରୋଧ କରିଥିଲେ । ବୈଠକରେ ଉପସ୍ଥିତ ସଦସ୍ୟ ବୃନ୍ଦଙ୍କ ମଧ୍ୟରୁ ବରିଷ୍ଠ ସଦସ୍ୟ ଭୈରବ ପ୍ରସାଦ ପଟ୍ଟନାୟକ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋପାଳ କୃଷ୍ଣ ପାତ୍ର, ବସନ୍ତ ପାସପୁରେଡି, ଜଗଦୀଶ ପଟ୍ଟନାୟକ ଏବଂ ବଳଦେବ ରଥ ପ୍ରମୁଖ ଜିଲ୍ଲାସ୍ତରୀୟ ଅମଲା ମଞ୍ଚର ପ୍ରମୁଖ ଦାବି ଯଥା କନିଷ୍ଠ ସହାୟକ, କନିଷ୍ଠ ରାଜସ୍ୱ ସହାୟକ ମାନଙ୍କ ମୂଳ ଦରମା ORSP RULE 2017 ଅନୁଯାୟୀ ଲେଭେଲ -9 ପୁରଣ ନିମନ୍ତେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ଏବଂ ମଞ୍ଚାସିନ ଜିଲ୍ଲା ନେତୃବୃନ୍ଦଙ୍କ ନିଷ୍ପତ୍ତି କ୍ରମେ ନିମ୍ନଲିଖିତ ନିଷ୍ପତ୍ତିମାନ ଗ୍ରହଣ କରାଯାଇଥିଲା । ନମ୍ବର ୧ – ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚିବ ଶ୍ରୀ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ପରାମର୍ଶ କ୍ରମେ ଗତ ଜୁନ୍ ମାସରେ ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା, ତେଣୁ ପୁଣି ଥରେ ଆନ୍ଦୋଳନକୁ ଯିବା ପୂର୍ବରୁ ରାଜ୍ୟ ସଂଘ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚୀବଙ୍କ ସହିତ ଆଲୋଚନା କରି ସଂଘର ଆଭିମୁଖ୍ଯ ଉପସ୍ଥାପନା କରିବା ସହିତ ଦାବି ପୂରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଚେଷ୍ଟା କରୁଛି । ନମ୍ବର ୨ – ରାଜ୍ୟ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନାରୁ ନିଷ୍ପତ୍ତି ବାହାରିବା ମଧ୍ୟରେ ପ୍ରତୀକାତ୍ମକ ଆନ୍ଦୋଳନ ମାନ କରାଯାଇ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଅସନ୍ତୋଷ କୁ ଲୋକଲୋଚନକୁ ଅଣାଯାଉ । ନମ୍ବର ୩ -ଏହାପରେ ମଧ୍ୟ ଯଦି ରାଜ୍ୟ ସରକାର ଅଥବା ମୁଖ୍ୟମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚିବ ଶ୍ରୀ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ଠାରୁ ଜିଲ୍ଲାସ୍ତରିୟ ଅମଲା ମାନଙ୍କ ଦାବି ପୂରଣ ନିମନ୍ତେ କୌଣସି ସୁଫଳ ମିଳେନାହିଁ ତେବେ ଆନ୍ଦୋଳନ ନିମନ୍ତେ ରାଜ୍ୟ ସଂଘ ଯାହା ବି ନିଷ୍ପତ୍ତି ନେବ ତାହାକୁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ଗଜପତି ଶାଖାର ସମସ୍ତ ସଦସ୍ୟବୃନ୍ଦ ପାଳନ କରିବେ ।
ପୁଣି ଆନ୍ଦୋଳନକୁ ଓହ୍ଲାଇବ ମିଳିତ ଅମଲା ମଞ୍ଚ !!!

