ଚମ୍ପାଝର ଗ୍ରାମ ପାଖ ନାଳ ମଧ୍ୟରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଟମକା ଥାନ ଅନ୍ତର୍ଗତ ଚମ୍ପାଝର ଗ୍ରାମ ପାଖ ଏକ ନାଳ ମଧ୍ୟରୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପୋଲିସ ର ସୂଚନା ମୁତାବକ ଚମ୍ପାଝର ଅଞ୍ଚଳରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହକୁ କେନ୍ଦ୍ର କରି ମହିଳା ଜଣଙ୍କ ତାଙ୍କର ୫ ଦିନର ଶିଶୁକୁ ମାରି ନାଳ ପାଖରେ ଫୋପାଡ଼ି ଦେଇଥିଲା । ଟମକା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସାଇଣ୍ଟିଫିକି ଟିମ୍ ସହାୟତାରେ ନବଜାତ ଶିଶୁ କନ୍ୟାର ମୃତଦେହକୁ ଉଦ୍ଧାର କରି କେସ ନଂ 120/23 ରେ ଏକ ମାମଲା ରୁଜୁ କରି ସାକ୍ଷ୍ୟ ପ୍ରମାଣ ଆଧାରରେ ସମ୍ପୃକ୍ତ ମହିଳାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଟମକା ଥାନାର ଭାରପ୍ରାପ୍ତ ଅଧିକାରୀ ରଞ୍ଜନ ମଲ୍ଲିକଙ୍କ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *