ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସଖୀ ୱାନ ଷ୍ଟପ ସେଣ୍ଟର ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ବାଳିକା ଦିବସ ପାଳିତ ହୋଇଯାଇଛି | ଉକ୍ତ କାର୍ଯ୍ୟ କ୍ରମରେ ସଖୀ ୱାନ ଷ୍ଟପ ସେଣ୍ଟର ର ନୋଡାଲ ଅଧିକାରୀ ତଥା ମହିଳା ସୁରକ୍ଷା ଅଧିକାରୀ କେ ସୁନିତା ଅଧ୍ୟକ୍ଷତା କରିଥିଲେ | ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରିବା ପରେ କାର୍ଯ୍ୟ କ୍ରମଟିକୁ ଆଗକୁ ବଢେଇ ଥିଲେ | ଏହି କାର୍ଯ୍ୟ କ୍ରମରେ ପ୍ରାରମ୍ଭିକ ସଂଗୀତ ୱାନ ଷ୍ଟପ କେନ୍ଦ୍ରର ସ୍ଟାଫ ପରିବେଷଣ କରିଥିଲେ | ଏହି ଅବସରରେ ୱାନ ଷ୍ଟପ କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଏହି ଦିବସ ପାଳନ ର ଲକ୍ଷ ଏବଂ ଉଦେଶ୍ୟ ବିଷୟରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ | ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲାପାଳ ଗଜପତି ଏହି ଜିଲ୍ଲାରେ ରହିଥିବା କନ୍ୟା ସନ୍ତାନ ଙ୍କ ବିଭିନ୍ନ ପ୍ରକାର ସୁବିଧା ଓ ଅସୁବିଧା ଉପରେ ଆଲୋକପାତ କରିଥିଲେ ଏବଂ ଏହି ଜିଲ୍ଲାରେ ପୁରୁଷ ମାନଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ ଥିବାର ସୁଚାଇ ଥିଲେ ଏବଂ ISRD ସଂଗଠନ ମହିଳା ଏବଂ ଶିଶୁ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟ କରୁଥିବାରୁ ପ୍ରଶଂସିତ କରିଥିଲେ | ଏଥି ସହ ଅନ୍ୟତମ ଅତିଥି ଶ୍ରୀଯୁକ୍ତ ଅତିରିକ୍ତ ଜିଲ୍ଲାପାଳ , ଗଜପତି କନ୍ୟା ସନ୍ତାନ ର ଆବଶ୍ୟକତା ବିଷୟରେ ଉଦାହରଣ ଏବଂ କବିତା ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ | ଆଇଏସଆରଡ଼ି ର ଉପ ନିର୍ଦେଶକ ଶ୍ରୀ ନାଗେଶ୍ଵର ଚୌଧୁରୀ ସଂଗଠନ ର ବିଶେଷ ବିବରଣୀ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଜିଲ୍ଲା କିଶୋରୀ ନ୍ୟାୟ ପରିଷଦର ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ଓଏଲଏମ ର ଜିଲ୍ଲା ସଞ୍ଜୋଜିକା ଶ୍ରୀମତୀ ଶିବାନୀ ପାଣିଗ୍ରାହୀ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ର ସମସ୍ତ କର୍ମଚାରି ତଥା ଜିଲ୍ଲା ଶିଶୁ ସୁରକ୍ଷ୍ୟା କାରୟାଳୟ ର ସମସ୍ତ କର୍ମଚାରୀ , କିଶୋରୀ ବାଳିକା ଆଦି ଉପସ୍ଥିତ ଥିଲେ | ଉତ୍କଳ ବାଳାଶ୍ରାମର ବାଳିକା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇ ଥିଲା | ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ପିଲାମାନଙ୍କୁ ଖୁସି କରିଇବା ପାଇଁ କେକ କଟା ଯାଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ୱାନ ସ୍ଟପ କେନ୍ଦ୍ରର ମଞ୍ଜୁଳା ଚୌଧୁରୀ, ମଧୁସ୍ମିତା ପାଢୀ, ମିନା କୁମାରୀ ଟହଲ, ସୁନିତା ବେହେରା, ମୋହିନୀ ପ୍ରଧାନ ମୋନାଲିସା ବେହେରା, ନିରୂପମା ଜେନା, ଦିବ୍ୟ କୁମାର ସୁଆର,ହରିକୃଷ୍ଣ ଚୌଧୁରୀ, ଟି। ସୁରେଶ କୁମାର ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ |ପରିଶେସରେ ଜିଲା ଶିଶୁ ସୁରକ୍ଷ୍ୟା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ |

Leave a Reply

Your email address will not be published. Required fields are marked *