ଅଗ୍ନିବିର ପଦବୀ ପାଇଁ ମନୋନୀତ ଯୁବକଙ୍କୁ ସୁକିନ୍ଦାରେ ତାଲିମ କେନ୍ଦ୍ର ପକ୍ଷରୁ ସମ୍ବର୍ଦ୍ଧନା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଅଗ୍ନିବିର ପଦବୀ ପାଇଁ ମନୋନୀତ ଯୁବକଙ୍କୁ ସୁକିନ୍ଦାରେ ତାଲିମ କେନ୍ଦ୍ର ପକ୍ଷରୁ ସମ୍ବର୍ଦ୍ଧନା ! ସୁକିନ୍ଦା ଫିଜିକାଲ୍ ଏକାଡେମିରେ ପ୍ରଶିକ୍ଷଣ ନେଇ ରାଜ୍ୟ ସରକାରଙ୍କ ଅଗ୍ନିବୀର ପଦବୀ ପାଇଁ ମନୋନୀତ ହୋଇଥିବା ଯୁବକ ବୈଲୋଚନ ମୁଣ୍ଡାକୁ ସୁକିନ୍ଦା ଫିଜିକାଲ୍ ଏକାଡେମିରେ ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଡିଫେନ୍ସ ସର୍ଭିସ ପାଇଁ ତାଲିମ ପ୍ରଦାନ କରିବା ଉଦ୍ଦେଶ୍ୟରେ ସୁକିନ୍ଦା ସଦର ମହକୁମାରେ ଆରମ୍ଭ ହୋଇଥିବା ଏହି ଶିବିରରେ ଗତ ଦୁଇ ବର୍ଷରେ ୪ ଜଣ ଯୁବକ ଚାକିରୀ ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ତାଲିମ କେନ୍ଦ୍ର ମୁଖ୍ୟ , ଯୁବ ସମାଜସେବୀ ମଞ୍ଜୁର ଅଲ୍ଲୀ, ଶିକ୍ଷକ ନିରଞ୍ଜନ ଖଟୁଆ , ପ୍ରଶାନ୍ତ କୁମାର ମହାରଣାଙ୍କ ସମେତ ସମସ୍ତ ଶିବିରାର୍ଥି ଓ ପ୍ରଶିକ୍ଷକ ଉପସ୍ଥିତ ରହି ବୈଲୋଚନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave a Reply

Your email address will not be published. Required fields are marked *